ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ହୋଲି ଓ ଦୋଳ ପୂର୍ଣ୍ଣିମା ପାଇଁ ପାଳନ ନେଇ ରାଜଧାନୀରେ କଟକଣା ଜାରି ରହିଛି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଦୋଳ ଯାତ୍ରା ସମୟରେ ଠାକୁରଙ୍କୁ ନେଇ ପରିକ୍ରମା ବେଳେ ମାତ୍ର ୬ ଜଣଙ୍କୁ ନେଇ ନେଇ ଯାଇପାରିବେ ।
ବିଏସି ପକ୍ଷରୁ ଦୋଳ ଯାତ୍ରାରେ ସାମିଲ ହେଉଥିବା ବ୍ୟକ୍ତିମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ସହ ସର୍ବାଧିକ ୬ ଜଣଙ୍କୁ ଯାତ୍ରାରେ ଯିବାପାଇଁ ଅନୁମତି ମିଳିଛି । ପଡିଆରେ ଉପସ୍ଥିତ ଥିବା ଲୋକମାନଙ୍କ ମଧ୍ୟରେ ୬ ଫୁଟ ଦୁରତା ରକ୍ଷା କରିବା ପାଇଁ କୁହାଯାଇଛି । ମେଲଣ ପଡିଆରେ କୈାଣସି ପ୍ରକାର ଯାତ୍ରା,ଅରକେଷ୍ଟ୍ରା ଏବଂ ମୀନା ବଜାରର ଆୟୋଜନ ହେବ ନାହିଁ ।
ଅଧିକ ସଂଖ୍ୟକ ଲୋକଙ୍କୁ ନେଇ ମେଲଣ ଆୟୋଜନ କରିବା ନେଇ ବିଏମସି ପକ୍ଷରୁ ଅନୁମତି ନେବା ଆବଶ୍ୟକ । ଏହି ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।