ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜଧାନୀବାସୀଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି ବିଏମସି କମିଶନର । ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମଣ ଫେରୁଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜଧାନୀବାସୀଙ୍କୁ ମାସ୍କ ପିନ୍ଧିବା , ସାମାଜିକ ଦୂରତା ରକ୍ଷା କରିବା , କରିବା ପାଇଁ ପରାମର୍ଶ ଦେଇଛନ୍ତି ।
ଏହାଛଡା ଲୋକଙ୍କୁ ସଚେତନ କରିବା ପାଇଁ ମନ୍ଦିର , ବଜାର , ସପିଂ ମଲ , ନିକଟରେ ସକାଳେ ଓ ସନ୍ଧ୍ୟାରେ ମାଇକ ଯୋଜେ ପ୍ରଚାର କରାଯାଇଛି । କୋଭିଡ ସଂକ୍ରମଣକୁ ସଚେତନ କରିବା ପାଇଁ ଆଲର୍ଟ କରାଯାଇଛି । ଏଥିପାଇଁ ଯେଉଁମାନେ କୋଭିଡ ନିୟମକୁ ଉଲ୍ଲଂଘନ କରିବେ ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ।
କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ସ୍କୁଆଡ ଗଠନ କରାଯାଇଛି । ଏହାପରେ ସଂପୃକ୍ତ ସ୍କୁଲକୁ ଦୁଇ ଦିନ ଯାଏ ସ୍କୁଲକୁ ବନ୍ଦ କରାଯାଇଛି । ଯଦି କୈାଣସ ଛାତ୍ରଛାତୀ ଓ ଶିକ୍ଷକଙ୍କଠାରେ କୈାଣସି ଲକ୍ଷଣ ଦେଖାଯଏ ତେବେ ସେମାନଙ୍କ କୋଭିଡ ପରୀକ୍ଷା କରାଯିବ ।