ଭୁବନେଶ୍ୱର (ଏଟିଆର ବ୍ୟୁରୋ): କାୟା ମେଲାଇବାରେ ଲାଗିଛି କରୋନା । ଏହା ଥମିବାର ନାଁ ଧରୁନି । ରାଜଧାନୀ ଭୁବନେଶ୍ୱରରେ କରୋନା ଆକାନ୍ତଙ୍କ ସଂଖ୍ୟା ୩୦ ଟପିଲାଣି । ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଗୋଟେ ପରେ ଗୋଟେ ପଦକ୍ଷେପ ନିଆଯାଉଛି । ଲୋକେ ଯେପରି ଜରୁରୀ ସାମଗ୍ରୀ କିଣିବା ପାଇଁ ବାହାରକୁ ଯାଇ ଗହଳି ନକରନ୍ତି ସେନେଇ ବିଏମସି ପକ୍ଷରୁ ବ୍ୟବସ୍ଥାମାନ କରାଯାଇଛି । ସେହି ଅନୁଯାୟୀ ଏବେ ଭୁବନେଶ୍ୱରର ୟୁନିଟ୍ ୧ ଏବଂ ୟୁନିଟ ୪ ମାର୍କେଟକୁ ହେଲାସେଲିଂ ଭାବେ ଘୋଷଣା କରାଯାଇଛି । ଏଠାରେ କେବଳ ହୋଲସେଲିଂ ଦୋକାନ ଖୋଲା ରହିବ । ଏହି ହୋଲସେଲିଂରୁ କେବଳ ରିଟେଲର ମାନେ ସାମଗ୍ରୀ ନେଇ ପାରିବେ । ଅନ୍ୟ ଗ୍ରାହକମାନେ ଏଠାରୁ ସାମଗ୍ରୀ ନେଇ ପାରିବେ ନାହିଁ । ଏନେଇ ଗତକାଲି ବିଏମସି କମିଶନର ସୂଚନା ଦେଇଛନ୍ତି ।
ପୂର୍ବରୁ ବିଏମସି ପକ୍ଷରୁ ଚିହ୍ନଟ କରାଯାଇଥିବା ୬୮ ଟି ସ୍ଥାନରେ ରିଟେଲରମାନେ ସେମାନଙ୍କର ବ୍ୟବସାୟ କରିବେ । ପ୍ରୃକୃତରେ ଜନ ଗହଳି ନିୟନ୍ତ୍ରଣ ଏବଂ ସାମାଜିକ ଦୂରତା ବଜାୟ ରଖିବା ପାଇଁ ବିଏମସି ପକ୍ଷରୁ ଏହି ନିଷ୍ପତି ନିଆଯାଇଛି ।