ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜଧାନୀରେ କକଣା କୋହଳ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି ) ଗତ ୨୮ ତାରିଖ ସଂନ୍ଧ୍ୟାରେ ଗାଇଡ ଲାଇନ ଜାରି କରିଥିଲା । ଯାହାପରେ ରାଜଧାନୀରେ ଦୋକାନୀ ମାନଙ୍କ ଉପରେ କଟକଣା ହୋହଳ ହେବା ନେଇ ଜଣା ପଡିଥିଲା । ମାତ୍ର ବିଏମସି ପକ୍ଷରୁ ଦିଆଯାଇଥିବା ନିର୍ଦେଶନାମାରେ କେଉଁ ଦୋକାନ ଖୋଲିବ ଓ କେଉଁ ଦୋକାନ ଖୋଲିବ ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିଲା । ଯାହା ଫଳରେ ବ୍ୟବସାୟୀ ମାନେ ଦ୍ୱନ୍ଦରେ ପଡିଥିଲେ ଦୋକାନ ଖୋଲିବା ନେଇ ।
ତେବେ ଗତକାଲି ପୁଣି ଏକ ବିଜ୍ଞପ୍ତି ଜାରି କରିଛି ବିଏମସି ଯେଉଁଥିରେ ବିଏମସି ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି କେଉଁ ଦୋକାନ ଖୋଲିବ ଓ କେଉଁ ଦୋକାନ ଖୋଲିବ ନାହିଁ । ତେବେ ଦିଆଯାଇଥିବା ସଚନା ଅନୁସାରେ ମଲ ଓ ମାର୍କେଟ କମପ୍ଲେକ୍ସ ବନ୍ଦ ରହିବ । ମାତ୍ର ମାର୍କେଟ କମପ୍ଲେକ୍ସ ନଥିବା ବା ଏକୁଟିଆ ସ୍ଥାନରେ ଥିବା ଦୋକାନ ଗୁଡିକ ଖୋଲିବ ।
ଯଥା ମୋବାଇଲ ଦୋକାନ, ଡ୍ରେସ ଦୋକାନ, ମାର୍ବଲ, ଟାଇଲ, ଗ୍ରାନାଇଟ, କାଚ ଦୋକାନ, ପ୍ଲାଏ ଉଡ ଦୋକାନ, ପ୍ରଣ୍ଟିଂପ୍ରେସ, ଫ୍ଲେକ୍ସ ଦୋକାନ, ଡିଜିଟାଲ ପ୍ରିଣ୍ଟିଂ ଦୋକାନ,ହାର୍ଡ ୱେୟାର ଦୋକାନ,ରଙ୍ଗ ଦୋକାନ, କମ୍ପ୍ୟୁଟର ଲାପଟପ ଦୋକାନ, ଗହଣା ଦୋକାନ, ୨ ଚକିଆ ଗାଡି ଦୋକାନ, ପାର୍ସଲ ଦିଆଯାଉଥିବା ମିଠା ଦୋକାନ ଖୋଲା ରହିବ । ସେହିଭଳି ବୀମା କମ୍ପାନୀ ଗୁଡି ୨୫ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବେ । ମଦ ଦୋକାନ, ଚାରିଚକିଆ ଗାଡି ସୋରୂମ ବନ୍ଦ ରହିବ । ସେଲୁନ ସ୍ପା, ବଡିମସାଜ, ବିୟୁଟି ପାର୍ଲର, ଚା. କଫି, ପାନ ଦୋକାନ ମଧ୍ୟ ବନ୍ଦ ରହିବ ।