ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଭୁବନେଶ୍ୱରରେ ବର୍ଦ୍ଧିତ ହୋଲ୍ଡିଂ ଟିକସ ଆଦାୟ ସ୍ଥଗିତ କରାଗଲା । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ହୋଲ୍ଡିଂ ଟିକସ ନେଇ ହାଇକୋର୍ଟରେ ମାମଲା ଚାଲିଛି । ମମାଲା ନ ସରିବା ପର୍ଯ୍ୟନ୍ତ ବର୍ଦ୍ଧିତ ଟିକସ ଆଦାୟ ହୋଇପାରିବ ନାହିଁ । ପୁରୁଣା ଦରରେ ଆଦାୟ ହେବ ହୋଲ୍ଡିଂ ଟିକସ ।
ପୂର୍ବରୁ ବିଏମ୍ସି ବର୍ଦ୍ଧିତ ହାରରେ ହୋଲ୍ଡିଂ ଟାସ୍କ ଆଦାୟ କରିବାକୁ ନିଷ୍ପତ୍ତି ନେଇଥିଲା।ଏହା ଏକ ଫର୍ମୂଲା ବା ଚେକ୍ ମାର୍କ ମୂଲାୟନକୁ ଆଧାର କରି କରାଯାଇଥିଲା। ଏହାକୁ ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା ।୨୦୧୯ରେ ବେଞ୍ଚ ମାର୍କ ଭାଲୁଏସନ ବହୁତ ବଢିଯାଇଛି ।
ସେଥିପାଇଁ ଲୋକମାନଙ୍କୁ ହୋଲ୍ଡିଂ ଟ୍ୟାକ୍ସ ଅଧିକ ହେଲା ଭଳି ଓଡିଶା ପବ୍ଲିକ୍ ଡିମାଣ୍ଡ ରିକୋଭରୀ ଆଇନ ଆଧାରରେ ଯେଉଁମାନଙ୍କର ୩ ବର୍ଷର ଟିକସ ଥିବ କିମ୍ବା ଅଧିକ ବକେୟ ଅର୍ଥ ରହିଥିବ ସେମାନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।
ତେବେ ହୋଲ୍ଡି ଟିକସ ବଢ଼ିବା ବିରୋଧରେ ବିରୋଧୀ ଦଳମାନେ ଆନ୍ଦୋଳନକୁ ଓହ୍ଲାଇ ଥିଲେ। ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।କୋଭିଡ୍ ପୂର୍ବରୁ ଏହା ଉପରେ ନିଷ୍ପତ୍ତି ହୋଇଥିଲା । ଏବେ କୋର୍ଟରେ ଏହାର ମାମଲା ରହିଛି ।