ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ପାଇଁ ଏବେ ଚାରିଆଡେ ଚିନ୍ତା । ଏହି ଭାଇରସରୁ ରକ୍ଷା ପାଇବା ପାଇଁ ରାଜ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ପୂର୍ବରୁ ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନ ଆଦି ବନ୍ଦ କରାଯାଇ ଥିବା ବେଳେ ଏବେ ଭୁବନେଶ୍ୱର ମହାନିଗମ ନିଗମର ସମସ୍ତ ଦୋକାନ ଉପରେ କଟକଣା ଜାରି କରାଯାଇଛି । ଏନେଇ ବିଏମସି ପକ୍ଷରୁ ତାଲିକା ଜାରି କରାଯାଇଛି ।
କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ତଥା ଗ୍ରୋସରୀ , ପରିବା ଏବଂ ଅଣ୍ଡା, ମାଛ ଏବଂ ମାଂସ ଦୋକାନକୁ ଛାଡିଦେଲେ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ । ବିଏମସି ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ବହି ଓ ମାଗାଜିନ୍ ଦୋକାନ, ଘଣ୍ଟା ଦୋକାନ,ଫର୍ଣ୍ଣିଚର,ରଙ୍ଗ ଦୋକାନ, ମାର୍ବଲ ଓ ଟାଇଲ ଦୋକାନ, ଇଲୋକ୍ଟ୍ରନିକ୍ସ ଦୋକାନ, ଗହଣା ଦୋକାନ, ଜୋତା ବ୍ୟାଗ ଦୋକାନ, ସାଇକେଲ ସୋରୁମ୍ ସ୍ପୋଟର୍ସ ଦୋକାନ ଗୁଡିକ ଉପରେ କଟକଣା ଜାରି କରାଯାଇଛି । ସେଥିପାଇଁ ଏହି ସମସ୍ତ ଦୋକାନ ବନ୍ଦ ରହିବ ।