ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶକୁ ୨୧ ଦିନ ପାଇଁ ଲକ୍ ଡାଉନ କରିଦିଆଯାଇଛି । ଏହି ଲକ୍ ଡାଉନ୍ ରେ ଲୋକ ମାନଙ୍କୁ ଘରୁ ନବାହାରି ବାକୁ ପରାର୍ମଶ ଦିଆଯାଇଛି । ତେବେ ଲୋକ ମାନେ ଆବଶ୍ୟକତା ଜିନିଷ କିଣିବା ପାଇଁ ଘରୁ ବାହାରୁ ଥିବାର ପରିଲକ୍ଷିତ ହୋଇଛି । ଏହାକୁ ରୋକିବା ପାଇଁ ବିଏମସି ପକ୍ଷରୁ ହୋମ୍ ଡେଲିଭରି ସୁବିଧା ଆରମ୍ଭ କରାଯାଇଛି ।
ବର୍ତ୍ତମାନର ପରିସ୍ଥିତିକୁ ନଜରରେ ରଖି ବିଏମସି ପକ୍ଷରୁ ୨୮ଟି ଷ୍ଟୋର ଏବଂ ଆଉଟଲେଟକୁ ହୋମ୍ ଡେଲିଭରି ପାଇଁ ଅନୁମତି ଦିଆଯାଇଛି ।ବିଏମସି ପକ୍ଷରୁ ସେହି ଷ୍ଟୋରଗୁଡିକର ଯୋଗାଯୋଗ ବ୍ୟକ୍ତିଙ୍କ ହ୍ବାଟସ ଆପ୍ ନମ୍ବରର ତାଲିକା ମଧ୍ୟ ପ୍ରଦାନ କରାଯାଇଛି । ଏହି ନମ୍ବରରେ ଲୋକ ମାନେ ହ୍ୱାଟସ ଆପ କରି ଆବଶ୍ୟକ ଜିନିଷର ଅର୍ଡର ଦେଇ ସେମାନଙ୍କର ଠିକଣା ପଠାଇବେ । ସଂପୃକ୍ତ ଷ୍ଟୋର ଓ ଆଉଟଲେଟ ସକାଳ ୭ଟା ରୁ ୧୧ଟା ମଧ୍ୟରେ ଜିନିଷ ହୋମ୍ ଡେଲିଭରି କରିବେ । ସାମଗ୍ରୀ ପାଇବା ପରେ ବିଲ୍ ଅନୁଯାୟୀ ଟଙ୍କା ପେମେଣ୍ଟ କରିପାରିବେ ।ଏହି ଡେଲିଭରି ନେଇ କୌଣସି ଫୋନ୍ କଲ୍ ଗ୍ରହଣ କରାଯିବନାହିଁ। ତେବେ ପୂର୍ବରୁ ଏହି ବ୍ୟବସ୍ଥା କଟକ ଓ ସମ୍ବଲୁର ଅଞ୍ଚଲରେ କରାଯାଇଛି ।
ସୂଚନା ଯୋଗ୍ୟ ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ୧୯୮ ଟି ଦେଶକୁ ବ୍ୟାପି ସାରିଲାଣି । ପ୍ରାୟ ୧୬ ହଜାରରୁ ଅଧିକ ଲୋକ ଏଥିରେ ମୃତ୍ୟୁ ବରଣ କରିସାରିଲେଣି । ତେବେ ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଭାରତରେ ୬୦୦ରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ଥିବା ବେଳେ ୧୬ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ଓଡିଶାରେ ୩ଟି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।