ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଥିବା ବାପୁଜୀ ନଗର ମାର୍କେଟକୁ ବିଏମସି ପକ୍ଷରୁ ସିଲ୍ କରିଦିଆଯାଇଛି । ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ମାର୍କେଟକୁ ସିଲ୍ କରିଦିଆଯାଇଛି । ଏନେଇ ବିଏମସି ଜୋନାଲ ଡେପୁଟୀ କମିଶନ ଅଂଶୁମାନ ରଥ ସୂଚନା ଦେଇଛନ୍ତି । ବାପୁଜୀ ନଗରରେ ମାର୍କେଟରେ ଥିବା ଜରୁରୀ ସାମଗ୍ରୀ ଦୋକାନକୁ ଛାଡି ଅନ୍ୟ ସବୁ ଦୋକାନକୁ ସିଲ୍ କରିଦିଆଯାଇଛି ।
ସାମାଜିକ ଦୂରତ୍ୱ ନିୟମ ଭଙ୍ଗ କରୁଥିବାରୁ ଭୁବନେଶ୍ୱର ବାପୁଜୀ ନଗର ମାର୍କେଟକୁ ମଙ୍ଗଳବାର ସିଲ୍ କରିଦିଆଯାଇଛି ବୋଲି ଜୋନାଲ ଡେପୁଟୀ କମିଶନ ଅଂଶୁମାନ ରଥ କହିଛନ୍ତି ।