ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କାୟା ମେଲାଉଛି କରୋନା । ଦ୍ରୁତ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଦୈନିକ ସ୍ରଂକମିତଙ୍କ ସଂଖ୍ୟା ୮ ହଜାର ପାର୍ ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଖୁବ ଶୀଘ୍ର କଣ୍ଟେନମେଣ୍ଟ ଜୋନ ଆରମ୍ଭ ହୋଇପାରେ । ସେଥିପାଇଁ ଅଧିକ ସଂକ୍ରମିତ ଅଞ୍ଚଳର ତାଲିକା ପ୍ରସ୍ତୁତ କରାଯାଉଛି । ଏହାସହିତ ଅଧିକ ସ୍କ୍ୱାର୍ଡ ଗଠନ ସହ ଏନଫୋର୍ସମେଣ୍ଟକୁ ଆହୁରି କଡାକଡି କରାଯିବ ବୋଲି ବିଏମସି ଡେପୁଟି କମିଶନର ତଥା ନୋଡାଲ ଅଫିସର ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି ।
ଅନ୍ୟପଟେ ସଂକ୍ରମଶ ବୃଦ୍ଧି ପାଇଁ ଚିନ୍ତା ବଢୁଛି । ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ତ୍ୱରାନ୍ୱିତ କରାଯାଉଛି । ଟେଷ୍ଟିଂ ବୃଦ୍ଧି ହେଉଥିବା ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସଟଡାଉନ ନେଇ ଆଲୋଚନା ହେଉଛି କିନ୍ତୁ କିଛି ନିଷ୍ପତି ହୋଇନି । ।ମାତ୍ର ଖୁବ ଶୀଘ୍ର କଣ୍ଟେନମେଣ୍ଟ ଜୋନ୍ ନେଇ ନିଷ୍ପତି ନିଆଯିବ ବୋଲି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି ।