ଚିଲିକା(ଏଟିଆର ବ୍ୟୁରୋ): ପୁଣି ଚିଲିକା ମଝିରେ ଅଟକିଲା ଡଙ୍ଗା । ଫସିଛନ୍ତି ପ୍ରାୟ ୫୦ରୁ ଉର୍ଦ୍ଧ ଯାତ୍ରୀ । ସେଥିମଧ୍ୟରୁ ୩୦ ଜଣ ଯୁକ୍ତ ଦୁଇ ଛାତ୍ର ଛାତ୍ରୀ ଥିବାର ଜଣାପଡିଛି । ଏହି ଉଙ୍ଗା ଜହ୍ନିକୁଦାରୁ ସାତପଡା ଯାଉଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁ ଡଙ୍ଗାଟି ଅଟକିଥିବା ଜଣାପଡିଛି । ପ୍ରଶାସନ ଦ୍ୱାରା ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି ।
ତେବେ ବାରମ୍ବାର ଚିଲିକା ମଝିରେ ଡଙ୍ଗା ଫସୁଥିବାର ଦେଖିବାକୁ ମିଳୁଛି । ଗତ କିଛି ଦିନ ତଳେ ଏକ ଡଙ୍ଗା ଚିଳିକା ମଝିରେ ଅଟକି ଯାଇଥିଲା । ଏହି ଉଙ୍ଗାରେ ଏକ ବସ, ବାଇକ ସହ ପ୍ରାୟ ୧୦୦ରୁ ଉର୍ଦ୍ଧ ଯାତ୍ରୀ ଚିଲିକା ମଝିରେ ବହୁ ସମୟ ଧରି ଫସି ରହିଥିଲେ । ତେବେ ପ୍ରଶାସନ ଦ୍ୱାରା ସେମାନଙ୍କୁ ଉଦ୍ଧାର କରାଯାଇଥିଲା ।