ଭୂବନେଶ୍ୱର(ଏଟିଆର ବ୍ୟୁରୋ):ଇଣ୍ଡୋନେସିଆର ବିମାନ ଦୁର୍ଘଟଣାର ଜାଭା ସମୁଦ୍ରରୁ ମିଳିଛି ଯାତ୍ରୀଙ୍କ କିଛି ପୋଷାକପତ୍ର ଓ ଧାତବ ଭଗ୍ନାଂଶ । ବିଳମ୍ବିତ ରାତିରେ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିବା ବେଳେ ଆଜି ସକାଳୁ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ସୈନ୍ୟମାନେ । ୬୨ଜଣ ଲୋକଙ୍କୁ ନେଇ ଜାକର୍ଡାରୁ ଝଡାଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ଏକ ବୋଇଙ୍ଗ ୭୩୭-୫୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ଧ୍ୱଂସହୋଇଥିବା ବିମାନଟି ଉତ୍ତର ଜାଭା ଲାକି ଦ୍ୱୀପ ନିକଟରେ ଠାବ ହୋଇଥଲା ବେଳେ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ । କିନ୍ତୁ ଏ ପର୍ଯ୍ୟନ୍ତ କାହାର ମୃତ ଦେହ ଉଦ୍ଧାର କରାଯାଇ ପାରି ନାହିଁ । ଜାକାର୍ତା ପୋଲିସର ମୁଖ ପାତ୍ର ଆଜି ସକାଳୁ ଦୁଇଟି ବ୍ୟାଗ ପାଇଥିବା ବେଳେ ଯାତୀଙ୍କର କିଛି ସାମଗ୍ରୀ ଓ ମାଦବ ଶରୀରର ଅଙ୍ଗପ୍ରତ୍ୟଙ୍ଗ ପାଇଛନ୍ତି ବୋଲି ମେଟ୍ରୋ ଟିଭିକୁ ସୂଚନା ଦେଇଛନ୍ତି ।
ବିମାନର ସମସ୍ତ ଯାତ୍ରୀ ଇଣ୍ଡୋନେସୀୟ ନାଗରିକ ବୋଲି ଜଣାପଡିଛନ୍ତି । ସମୁଦ୍ରରୁ ବିମାନର କିଛି ଅଂଶ ଭଗ୍ନାବଶେଷ ମିଳିଛି ।