ପୁରୀ (ଏଟିଆର ବ୍ୟୁରୋ): ଅନେକ ଆଶା ନେଇ କାନ୍ଧରେ ବାହୁଙ୍ଗି ଧରି ଜଳ ଲାଗି କରିବା ପାଇଁ ମାଡି ଚାଲିଥିଲେ ବାବା ଲୋକନାଥଙ୍କ ପୀଠକୁ । କିନ୍ତୁ ଅଧା ରହିଗଲା ବାବା ଲୋକନାଥଙ୍କ ଜଳ ଲାଗି । ଲୋକନାଥ ପୀଠରେ ପହଞ୍ଚିବା ପୂର୍ବରୁ ପୁରୀ ସଦର ଥାନା ଅନ୍ତର୍ଗତ ବାଟମଙ୍ଗଳା ନିକଟରେ ଥିବା ଏକ ପୋଖରୀରେ ବୁଡି ବୋଲବମ୍ ଭକ୍ତଙ୍କ ମୃତ୍ୟୁ ଘଟିଛି ।
ଭକ୍ତ ଜଣଙ୍କ ଭୁବନେଶ୍ୱରରୁ ପୁରୀ ଲୋକନାଥ ପୀଠକୁ ଜଲ ଲାଗି କରିବା ପାଇଁ ଆସିଥିଲେ । ତାଙ୍କ ନାଁ କମଳାକାନ୍ତ ପାଢୀ । ସେ ଦୁଇ ଜଣ ସାଙ୍ଗଙ୍କ ସହ ମିଶି ବାଟମଙ୍ଗଳା ନିକଟରେ ଏକ ପୋଖରୀରେ ଗାଧୋଉଥିବା ବେଳେ ବୁଡି ଯାଇଥିଲେ । ସେଠାରୁ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପୁରୀ ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।