ଖୋର୍ଦ୍ଧା (ଏଟିଆର ବ୍ୟୁରୋ): ଅଚାନକ୍ ହେଲା ବୋମାମାଡା । ତାହା ପୁଣି ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ସାଂସଦ ପ୍ରଶାନ୍ତ ନନ୍ଦ ପୁଅଙ୍କ ଗାଡି ଉପରକୁ । ବୋମାମାଡରେ ସାଂସଦଙ୍କ ପୁଅ ଏବଂ ଗାଡିରେ ଥିବା ତାଙ୍କ ବନ୍ଧୁଙ୍କର କୌଣସି କ୍ଷତି ହୋଇନଥିଲେ ମଧ୍ୟ ତାଙ୍କ ଗାଡି ଭାଙ୍ଗିରୁଜି ଯାଇଛି । ଏଭଳି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିକଟରେ ଘଟିଛି । ହେଲେ କିଏ ଏବଂ କାହିଁକି ଏଭଳି ଜଘନ୍ୟ କାଣ୍ଡ କରିଛି ସେନେଇ ବେଗୁନିଆରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।
ଗତକାଲି ରାତି ପ୍ରାୟ ୯ଟାରେ ସାଂସଦଙ୍କ ପୁଅ ଋଷଭ ତାଙ୍କ କାମ ସାରି ଭୁବନେଶ୍ୱର ଫେରୁଥିଲା ବେଳେ ବେଗୁନିଆ ଠାରେ ଏହି ଘଟଣା ଘଟିଥିଲା । କୌଣସି ଦୁର୍ବୃତ୍ତ ତାଙ୍କ ଗାଡିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଫଲୋ କରି ଆସିବା ପରେ ବେଗୁନିଆ ଠାରେ ବୋମାମାଡ କରି ଫେରାର ହୋଇ ଯାଇଥିଲା । ଏ ସଂପର୍କରେ ଥାନାରେ ଅଭିଯୋଗ କରିଥିଲେ ସାଂସଦଙ୍କ ପୁଅ ତାପରେ ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।