କଟକ ( ଏଟିଆର ବ୍ୟୁରୋ): କଟକରେ ପୁଣି ବୋମା ମାଡ । ଓଡିଆ ବଜାରରେ ବୋମା ମାଡ । ସୂଚନା ଅନୁସାରେ ଘରେ ଓଡିଆ ବଜାରସ୍ଥିତ ସେକ ବାବୁଙ୍କ ଘରେ ବୋମା ମାଡ ହୋଇଛି । ଗତକାଲି ରାତିରେ ସେକ ବାବୁ ଘରେ ଥିବା ବେଳେ ସେଠାରେ ତିନି ଜଣ ଦୁର୍ବୃତ୍ତ ଏକ ମଟର ସାଇକେଲରେ ଆସି ତାଙ୍କ ଉପରକୁ ବୋମା ମାଡ କରିଥିଲେ । ଦୁଇଟି ବୋମା ପକାଇଥିଲେ । ଗୋଟିଏ ବୋମା ଡ୍ରେନରେ ପଡିଥିବା ବେଳେ ଆଉ ଗୋଟିଏ ବୋମା ତାଙ୍କ ବାରଣ୍ଡାରେ ପଡିଥିଲା ।
ମାତ୍ର ଏଥିରେ କାହାର କୌଣସି କ୍ଷତି ହୋଇ ନାହିଁ । ଜମିବାଡି ବିବାଦରୁ ବୋମା ମାଡ ହୋଇଥିବା ଅନୁମାନ କରାଯାଉଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଯାବତ କୌଣସି ଅଭିଯୁକ୍ତ ପାଖରେ ପୋଲିସ ପହଞ୍ଚି ପାରି ନାହିଁ । ସେକ ବାବୁଙ୍କ ସୁରକ୍ଷା ଦୃଷ୍ଟିରୁ ବଜାରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।