ଲଣ୍ଡନ(ଏଟିଆର ବ୍ୟୁରୋ): ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏପ୍ରିଲ ମାସରେ ଭାରତ ଗସ୍ତରେ ଆସିବେ । ୟୁରୋପୟାନ ୟୁନଅନ ଠାରୁ ଅଲଗା ହେବା ପରେ ଏହା ବୋରିସ ପ୍ରଧାମନ୍ତ୍ରୀଙ୍କ ପ୍ରଥମ ଅନ୍ତଯାର୍ତୀୟ ଗସ୍ତ ହେବ । ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଏକ ମହତ୍ୱପୂର୍ଣ୍ଣ ଚୁକ୍ତି ଝପରେ ଆଲୋଚନା ହେବ । ଏନେଇ ବୋରିସଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ହିନ୍ଦ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଗଣତାନ୍ତ୍ରିକ ଶକ୍ତିକୁ ମଜବୁତ କରିବା ଏବଂ ତା ସହିତ ଚୀନର ମୁକାବିଲା କରିବା ବ୍ରିଟେନର ମୁଖ୍ୟ ଉଦ୍ଦେଶ୍ୟ ।ବୋରିସ ଏହା ପୂର୍ବରୁ ଭାରତର ଗଣତାନ୍ତ୍ରି ଦିବସ ଉପଲକ୍ଷେ ଆସି ଯୋଗ ଦେଇଥିଲେ ।କିନ୍ତୁ କରୋନା ଭାଇରସର ନୂଆ ଷ୍ଟେନ କାରଣ ଯୋଗୁ ସେ ତାଙ୍କର ଭାରତ ଗସ୍ତ ବାତିଲ କରିଦେଇଥିଲେ ।