କଟକ ( ଏଟିଆର ବ୍ୟୁରୋ): ଖାଇବା ନେଇ ତାତିଲେ ଛାତ୍ର । କାଣ୍ଟିନରେ ଖାଦ୍ୟ ଦିଆ ଯାଉନଥିବା ଅଭିଯୋଗ । କଲେଜ ଗେଟ ଆଗରେ ଷ୍ଟ୍ରାଇକ । କଲେଜ ଫାଟକରେ ତାଲା । କଟକ ଭୁବନାନନ୍ଦ ଓଡିଶା ସ୍କୁଲ ଅଫ ଇଞ୍ଜିନିୟରିଂ ( ବୋଷ)ରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି । ଖବର ମୁତାବକ ଗତକାଲି ବୋଷ କଲେଜ ହଷ୍ଟେଲରେ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ଦିଆ ଯାଇ ନଥିଲା ଯାହାର ପ୍ରତିବାଦରେ ଛାତ୍ରଛାତ୍ରୀ ମାନେ ଆଜି ଷ୍ଟ୍ରାଇକ କରିଛନ୍ତି ।
ତେବେ ଘଟଣାକୁ ନେଇ କ୍ୟାଣ୍ଟିନ କତ୍ତୃପକ୍ଷଙ୍କ କହିବା କଥା ଛାତ୍ରଛାତ୍ରୀ ମାନେ ପ୍ରଥମେ କ୍ୟାଣ୍ଟିନ ସିକ୍ୟୁରୁଟି ବାବଦକୁ ୨୦୦୦ ଟଙ୍କା ଦେଇଥିଲେ । ମାତ୍ର କ୍ୟାଣ୍ଟିନ ପକ୍ଷରୁ ସୂଚନା ଦିଆଯାଇଥିଲା ପ୍ରତି ସପ୍ତାହରେ ସେମାନେ ୫୦୦ ଟଙ୍କା ଲେଖାଏଁ ଦେବା ପାଇଁ । ମାତ୍ର ପିଲା ମାନେ ଏହି ଟଙ୍କା ନ ଦେଉ ନାହାନ୍ତି । ଅନ୍ୟପଟେ ଖାଦ୍ୟ ନ ଦିଆଯିବାରୁ ଏହାର ପ୍ରତିବାଦରେ ଆଜି ଛାତ୍ରମାନେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି ।
କଲେଜ ଗେଟରେ ତାଲା ପକାଇବା ସହିତ ଗେଟ୍ ସମ୍ମୁଖରେ ଧାରଣା ଦେଇଛନ୍ତି । ଟାୟାର ଜାଳି ରାସ୍ତା ଅବରୋଧ ମଧ୍ୟ କରିଥିବା ଦେଖିବାକୁ ମିଳିଛି । ଛାତ୍ରମାନେ ଅଭିଯୋଗ କରିଛନ୍ତି ସେମାନଙ୍କୁ କ୍ୟାଣ୍ଟିନରୁ ଖାଦ୍ୟ ନ ମିଳିବାରୁ ସେମାନେ ଭୋକ ଉପାସରେ ରହିବାକୁ ବାଧ୍ୟ ହେଉଛନ୍ତି । କତ୍ତୃପକ୍ଷ ସମସ୍ତ ମୌଳିକ ସୁବିଧା ଦେଉ ନାହାନ୍ତି । ଏନେଇ ପିଲାମାନେ ବାରମ୍ଭାର ଅଭିଯୋଗ କରି ଆସୁଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ନିଆ ଯାଉନାହିଁ । ଏନେଇ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଛାତ୍ର ମାନଙ୍କୁ ବୁଝା ସୁଝା କରିଛନ୍ତି ।