ଢ଼େଙ୍କାନାଳ (ଏଟିଆର ବ୍ୟୁରୋ); ଯୁବକଙ୍କୁ ପିଟି ପିଟି ମାରିଦେଲେ ଦୁବୃର୍ତ୍ତ । ମୃତକ ଜଣକ ହେଲେ ସୂର୍ଯ୍ୟନାରାୟଣ ସାହୁ । ତାଙ୍କ ଘର ଢ଼େଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଦାଶିଳା ଗାଁରେ । ତେବେ ତାଙ୍କୁ ମାଡ ମାରିବା ପରେ ଫେରାର ହୋଇ ଯାଇଛନ୍ତି ଅଭିଯୁକ୍ତମାନେ । ପୋଲିସରେ ଅଭିଯୋଗ କରିବା ପରେ ଅପରାଧୀଙ୍କ ନାଁରେ ଏକ ମାମଲା ରୁଜୁ କରି ଅଭିଯୁ୍କ୍ତମାନଙ୍କୁ ଖୋଜୁଛି ପୋଲିସ । ପୋଲିସ ପ୍ରାଥମିକ ତଦନ୍ତ ଅନୁଯାୟୀ ଏହା ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଏପରି ଘଟିଛି ବୋଲି ଅନୁମାନ କରିଛି ।
ପୋଲିସ ରିପୋର୍ଟ ଅନୁଯାୟୀ ଢ଼େଙ୍କାନାଳ ସଦର ଥାନା ଅନ୍ତର୍ଗତ ଚାଇଁପୁର ଗାଁରେ ସୂର୍ଯ୍ୟନାରାୟଣଙ୍କ କିଛି ଯୁବକଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଯୁବକମାନେ ମିଳିତ ଭାବରେ ତାଙ୍କୁ ମାଡ କାରିଥିଲେ । ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ତେବେ ସ୍ଥାନୀୟ ଲୋକ ସୂର୍ଯ୍ୟଙ୍କୁ ନେଇ ଢ଼େଙ୍କାନାଳ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଶୁକ୍ରବାର ରାତି ସାଢ଼େ ୧୦ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲେ ଡାକ୍ତର ।