ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆଜିଠୁ ସାରା ଦେଶରେ ୪ ଦିନ ବନ୍ଦ ରହିବ ବ୍ୟାଙ୍କ । ମାର୍ଚ୍ଚ ୧୫ ତାରିଖରେ ଦଚଇ ଦିନଆ ଧର୍ମଘଟ ଡାକରା ଦେଇଛି ବ୍ୟାଙ୍କ ୟୁନିଅନ । ଯେଉଁଥି ପାଇଁ ଆଜିଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ବ୍ୟାଙ୍କ ।
ମାର୍ଚ୍ଚ ୧୫ ଓ ୧୬ ରେ ଦୁଇ ଦିନିଆ ଧର୍ମଘଟ ପାଇଁ ବ୍ୟାଙ୍କ ବନ୍ଦ ରହିବ । ଗତ ଦୁଇ ଦିନ ମାର୍ଚ୍ଚ ୧୩ ରେ ଦ୍ୱିତୀୟ ଶନିବାର ଓ ମାର୍ଚ୍ଚ ୧୪ ରେ ରବିବାର ଥିବାରୁ ବ୍ୟାଙ୍କଗୁଡିକ କ୍ରମାଗତ ଚାରି ଦିନ ବନ୍ଦ ରହିବ । ଏଥିପାଇଁ ମାର୍ଚ୍ଚ ମାସରେ ଦେଶରେ ୧୧ ଦିନ ବନ୍ଦ ରହିବ । ଏଥିରେ ଚାରୋଟି ଶନିବାର ଓ ଦୁଇଟି ଦ୍ୱିତୀୟ ଶନିବାର ରହିଛି । ଆସନ୍ତା ବୁଧବାରଠାରୁ ବିଭିନ୍ନ ବ୍ରାଞ୍ଚରେ ବ୍ୟାଙ୍କ ସେବା ସ୍ୱାଭାବିକ ହେବ ।
ସେହିପରି ମାର୍ଚ୍ଚ ୨୦୨୧ ପାଇଁ କେନ୍ଦ୍ରୀୟ ବ୍ୟାଙ୍କର ଛୁଟି କ୍ୟାଲେଣ୍ଡର ଅନୁଯାୟୀ ଦେଶରେ ବିଭିନ୍ନ ରାଜ୍ୟରେ ମାର୍ଚ୍ଚରେ ବ୍ୟାଙ୍କ ଗୁଡିକ ୫ ଦିନ ବନ୍ଦ ରହିବ । ମାର୍ଚ୍ଚ ୫,୧୧,୨୬,୨୯ ଏବଂ ୩୦ ରେ ବ୍ୟାଙ୍କ ବନ୍ଦ ରହିବ ।