ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଡ୍ରେନ ଖୋଳା ଯାଉଥିବା ସମୟରେ ଅଚାନକ୍ ଭୁଷୁଡି ପଡିଲା ପାଉଁରୁଟି ଫ୍ୟାକ୍ଟ୍ରି କାନ୍ଥ । ଏଥିରେ କାର୍ଯ୍ୟରତ ଥିବା ୪ ଜଣ ଶ୍ରମିକ ଗୁରୁତର ହୋଇ ପଡିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଭୁବନେଶ୍ୱରର ନୂଆପଲ୍ଲୀ ଥାନା ଅନ୍ତର୍ଗତ ପାଇକ ନଗରରେ ଘଟି ଯାଇଛି ।
ଖବରମୁତାବକ,ଆଜି ସକାଳୁ ବିଏମସି ପକ୍ଷରୁ ଡ୍ରେନ ଖୋଳା କାମ ଜାରି ରହିଥିଲା । ଡ୍ରେନ ସାଇଟ୍ ରେ ଥିବା ଫ୍ୟାକ୍ଟ୍ରିର କାନ୍ଥ ମୂଳ ଦୁର୍ବଳ ଥିବା ଯୋଗୁଁ ଏଭଳି ଅଘଟଣ ଘଟିଥିବାର ଜଣା ପଡିଛି । ଏଥିରେ ୪ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାରେ ଦମକଳ ବାହିନୀର କର୍ମି ପହଁଚି ଶ୍ରମିକଙ୍କୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ଚିକିତ୍ସା କରିବା ଲାଗି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।