ଭୁବନେଶ୍ୱ(ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ମୁକାବିଲା କରିବାରେ ଲାଗିପଡିଛି । ତେବେ ରାଜ୍ୟ ସରକାର ମଧ୍ୟ କରୋନା ଭାଇରସର ମୁକାବିଲା କରିବାରେ ଲାଗିପଡିଛନ୍ତି । ରାଜ୍ୟରେ ଗୋଟିଏ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର କଟକଣା ଲାଗୁ କରାଯାଉଛି । ଜନ ଗହଳିପୂର୍ଣ୍ଣ ଯାଗା ଗୁଡିକ ବନ୍ଦ କରିଦିଆଯାଇଛି ।
ତେବେ ଏହାରି ଭିତରେ ବ୍ରେଥ୍ ଆନାଲାଇଜର ଟେଷ୍ଟକୁ ବନ୍ଦ କରିଦିଆଯାଇଛି । ବ୍ରେଥ୍ ଆନାଲାଇଜର ମାଧ୍ୟମରେ ମଦୁଆ ଗାଡି ଚାଳକଙ୍କୁ ଧରାଯାଉଥିଲା । ତେବେ କରୋନା ଭାଇରସ ଏହି ଟେଷ୍ଟ ଦ୍ୱାରା ବ୍ୟାପିବାର ସମ୍ଭାବନା ରହୁଥିବାରୁ ଏହାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ଟେଷ୍ଟ ବନ୍ଦ କରିବା ପାଇଁ ପୋଲିସ ଡିଜି ଅଭୟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ରାଜ୍ୟର ସମସ୍ତ ଏସପି ଓ ଡିସିପି ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଆଜିଠାରୁ ଡ୍ରାଇଡିଂ ଲାଇସେନ୍ସ ଟେଷ୍ଟକୁ ମଧ୍ୟ ବନ୍ଦ କରାଯାଇଛି ।
ସେହିଭଳି କଟକ-ଭୁବନେଶ୍ୱର ସମେତ ରାଜ୍ୟବ୍ୟାପୀ ‘କରୋନା’କୁ ଦୃଷ୍ଟିରେ ରଖି ସରକାରୀ ଓ ଘରୋଇ ବସ ସେବା କ୍ଷେତ୍ରରେ କଟକଣା ଜାରି କରାଯାଇଛି। ସବୁ ବସ କର୍ମଚାରୀଙ୍କ ପାଇଁ ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ କରାଯାଇଛି।