ରେଢାଖୋଲ ( ଏଟିଆର ବ୍ୟୁରୋ): ବାଲ୍ୟ ବିବାହ ହେଉଥିବା ନେଇ ଅଭିଯୋଗ ପାଇବା ପରେ ପୋଲିସ ପହଞ୍ଚିଲ । । ଗଣ ଲୋକଙ୍କ ସହିତ ଆଇନ କାନୁନ ନିୟମ ଆଳୋଚନା କଲା । ସାଙ୍ଗରେ ସିଡବ୍ଲୁସି ମଧ୍ୟ ରହିଥିଲା । ଏପଟେ ଘର ଲୋକଙ୍କ ସହିତ ଆଲୋଚିନା ବେଳେ ସେପଟେ ବର କନ୍ୟା ମାରିଲେ ଚମ୍ପଟ । ଏମିତି ଏକ ଚୋର ପୁଲିସ ଖେଳ ଦେଖିବାକୁ ମିଳିଛି ରେଢାଖୋଲ ନାକଟି ଦେଉଳ ପିଠା ଖଇନଟି ଗାଁରେ ବାଲ୍ୟ ବିବାହା ଚାଲିଥିବା ବେଳେ ଏମିତି ଘଟଣା ଦେଖିବାକୁ ମିଳିଛି ।
ପାଖ ଗ୍ରାମର କରୁଣା ନାୟକଙ୍କ ପୁଅ ଉକ୍ତ ଗ୍ରାମରେ ଜଣେ ଝିଅକୁ ବିବାହ କରିବା ପାଇଁ ସେଠାରେ ପହଞ୍ଚି ଥିଲେ । ଏମିତି କି ବିବାହ ଭୋଜି ଭାତ ମଧ୍ୟ ସରିଯାଇଥିଲା । ହେଲେ ପୁଲିସ ବିଶେଷ ସୂତ୍ରରୁ ଖବର ପାଇଲା କି ବିବାହ କରୁଥିବା ଝିଅଟିର ବୟସ ୧୭ ବର୍ଷ । ଆଇନ ଅନୁସାରେ ଏହା ବାଲ୍ୟ ବିବାହ ।
ପୋଲିସ ଏନେଇ ପରିବାର ସହିତ ଆଲୋଚନା କରୁଥିବା ବେଳେ ସେଠାରୁ ଉଭୟ ବରକନ୍ୟା ଫେରାର ହୋଇଯାଇଥିଲେ । ଯାହା ଫଳରେ ପୋଲିସ କନ୍ୟାରେ ପିତାକୁ ଥାନାକୁ ଆଣିଥିଲା । ଥାନାରେ ଏନେଇ କନ୍ୟା ପିତାକୁ ପ ଚରା ଯିବାରୁ ସେ ଏନେଇ କୌଣସି ଆଇନ କାନୁନ ଜାଣି ନଥିବା ସେ କହିଛନ୍ତି । ଉଭୟ ପକ୍ଷରୁ ବାହାଘର ପାଇଁ ବ୍ୟବହାର କରାଯାଇଥିବା ଗାଡି ଆଦିକୁ ବାଲ୍ୟ ବିବାହ ଅପରାଧଭୁକ୍ତ କରାଯିବ ବୋଲି ସୂଚନା ମିଳିଛି ।