ରାଇରଙ୍ଗପୁର (ଏଟିଆର ବ୍ୟୁରୋ): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଏକ ଅଭାବନୀୟ ଘଟଣା ଘଟିଛି । ନଦୀରେ ବୁଡି ଭାଇ ଭଉଣୀଙ୍କ ମୃତ୍ୟୁ । ଯାହା ସ୍ଥାନୀୟ ଅଞ୍ଚଳରେ ଶୋକାର ଛାୟା ଖେଳିଯାଇଛି ।
ସକାଳୁ ସକାଳୁ ହୀନା(୨୮) ଏବଂ ନାନୁ(୧୦) ଦୁହେଁ ଭାଇ ଭଉଣୀ ମିଶି ଗାଧୋଇବା ପାଇଁ ନଈକୁ ବାହାରି ଯାଇଥିଲେ । ଗାଧୋଇବା ସମୟରେ ହୀନା ର ନଜର ନାନୁ ଉପରୁ ହଟି ଯାଇଥିଲା । ନାନୁ ଧୀରେ ଧୀରେ କୂଳରୁ ଗଭୀର ଆଡକୁ ପଳାଇଥିଲା । ହଠାତ୍ ହୀନା ଦେଖିଲା ବେଳକୁ ନାନୁ ବୁଡି ଯାଉଛି ତାକୁ ବଞ୍ଚାଇବା ପାଇଁ ସେ ମଧ୍ୟ ଭିତରକୁ ପଳାଇଥିଲା । ହେଲେ ନଈର ଗଭୀରତା ଏତେ ପରିମାଣର ଥିଲା ଯେ ଭାଇ ଓ ଭଉଣୀ ଦୁହେଁ ବୁଡି ଯାଇଥିଲେ । ଦୀର୍ଘ ୪୦ ମିନିଟ୍ ପରେ ଅଗ୍ନିଶ୍ରମ ବିଭାଗର କର୍ମୀମାନେ ଭାଇ, ଭଉଣୀକୁ ପାଣିରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଶେଷରେ ଦୁହେଁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।