ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ବିଧାନସଭା ଠାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରି ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି । ଏହି ବଜେଟ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ କରାଯାଇଛି । ତେବେ ଚଳିତ ବର୍ଷ ସର୍ବମୋଟ ରାଜ୍ୟ ବଜେଟ ୧ ଲକ୍ଷ ୫୦ ହଜାର କୋଟି ରହିଛି ।
ତେବେ କେଉଁ କ୍ଷେତ୍ରକୁ କେତେ ବ୍ୟୟ ବରାଦ କରାଯାଇଛି ଆସନ୍ତୁ ଜାଣିବା ।
ବିପର୍ୟ୍ୟୟ ପ୍ରଶମନ ପାଇଁ ୩ ହଜାର ୨ ଶହ କୋଟି
ପ୍ରଶାସନିକ ବ୍ୟୟ ୬୫ ହଜାର ୬୫୫ କୋଟି
ସ୍ଥାନୀୟ ଉନ୍ନୟନ ପାଣ୍ଠିକୁ ୭ ହଜାର ୧୪୫ କୋଟି
କାର୍ୟ୍ୟକ୍ରମ ବ୍ୟୟ ୭୪ ହଜାର କୋଟି ଟଙ୍କା
କୃଷି ବଜେଟ୍ ୧୯ ହଜାର ୪୦୮ କୋଟି
ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୨୨ ହଜାର ୬୩୧ କୋଟି
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ପାଇଁ ୧,୧୦୮ କୋଟି
ଝଉଈରେ ଦୁଇ ବର୍ଷରେ ଖର୍ଚ୍ଚ ହେବ ୧ ହଜାର କୋଟି
ଅବଢା ଯୋଜନା ପାଇଁ ୩,୨୦୮ କୋଟି
ଏକାମ୍ର କ୍ଷେତ୍ର ପାଇଁ ୭୦୦ କୋଟି
ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ପାଇଁ ୫୭୮ କୋଟି
ନିର୍ମଳ ଯୋଜନା ପାଇଁ ୩୬୦ କୋଟି
ଆଦର୍ଶ ବିଦ୍ୟାଳୟ ପାଇଁ ୪୦୦ କୋଟି
ମଧ୍ୟାହ୍ନ ଭୋଜନ ପାଇଁ ୮୦୦ କୋଟି
ସ୍କିଲ୍ଡ ଇନ୍ ଓଡ଼ିଶା ବିଶ୍ୱ ଦକ୍ଷତା କେନ୍ଦ୍ର ପାଇଁ ୨୨୦ କୋଟି