ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆସନ୍ତାକାଲିଠାରୁ ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି ।ରାଷ୍ଟ୍ରପତିଙ୍କ ଅଭିଭାଷଣକୁ କଂଗ୍ରେସ , ତୃଣମୂଳ କଂଗ୍ରେସ , ଶିବସେନା,ଅକାଳି ଦଳ,ଆମ୍ ଆଦମୀ ପାର୍ଟି ,ରାଷ୍ଟ୍ରପତି କଂଗ୍ରେସ ପାର୍ଟି ସମେତ ୧୬ ରାଜନୈତିକ ଦଳ ବହିଷ୍କାର କରିବେ ।
ତିନୋଟି କୃଷି ଆଇନ ବାଧ୍ୟତାମୂଳକ ଭାବେ ଏବଂ ବିରୋଧୀଙ୍କ ସହ ଆଲୋଚନା ନ କରି ପାରିତ କରାଯାଇଥିବା କାରଣରୁ ଆମେ ଏହି ନିଷ୍ପତ୍ତି ନେଇଛୁ। ସଂସଦ ଅଧିବେଶନର ଆରମ୍ଭ ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ହୋଇଥାଏ । ଏହି ଦିନରେ ରାଷ୍ଟ୍ରପତି ସଂସଦର ଉଭୟ ସଦନକୁ ସମ୍ବୋଧିତ କରିଥାନ୍ତି ।
ପ୍ରଥମ ଥର ପାଇଁ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ସଦସ୍ୟ ମାନେ ‘ସେଣ୍ଟ୍ରଲ୍ ହଲ୍’ ବ୍ୟତିତ ଲୋକସଭା ଓ ରାଜ୍ୟସଭାରେ ବସିବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାନୁଆରୀ ୨୯ ତାରିଖ ଶୁକ୍ରବାର ଦିନ ସଦନର ସଂଯୁକ୍ତ ବୈଠକକୁ ସମ୍ବୋଧିତ କରିବେ।