ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ଲୋକସେବା ଭବନରେ ବିଧାନସଭା ବୈଠକ ବସିଥିଲା । ଆଜି ପୂର୍ବାହ୍ନ ୧୦ଟା ୩୦ରେ ମାତ୍ର ୩୦ ମିନିଟ୍ ସମୟରେ ଅସମାପ୍ତ ବଜେଟ ଅଧିବେଶନ ଆଜି ବସିଥିଲା । ଏହି ବୈଠକରେ ବ୍ୟୟମଞ୍ଜୁରି ବିଲ୍ ଆଗତ ହୋଇ ପାରିତ ହୋଇଛି।ଆଜି ବିଧାନସଭାର ଅନୁମୋଦନ ପାଇଁ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀଙ୍କ ଦ୍ୱାର ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କା ଆବଣ୍ଟନ ବିଲ୍ ଉପସ୍ଥାପିତ ହୋଇଥିଲା ଏବଂ ଏହାକୁ ସର୍ବସମ୍ମତି କ୍ରମେ ପାରିତ କରାଯାଇଛି ବୋଲି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି।
ସୂଚନାଯୋଗ୍ୟ ରାଜ୍ୟର ତୃତୀୟ କରୋନା ରୋଗୀ ସଂସ୍ୱର୍ଶରେ ବିଧାନସଭା କର୍ମଚାରୀ ଆସିଥିଲେ । ତେଣୁ ୩୧ ତାରିଖ ଦିନ ବସିବାକୁ ଥିବା ବିଧାନସଭା ବୈଠକକୁ ଆଜି ବସିବା ପାଇଁ ବାଶ୍ଚପତି ନିର୍ଦ୍ଦେଶ ଦେଇଥିଲେ । ଏହା ସହ ସବୁ ଦଳର ନେତା ମାନଙ୍କୁ ୩୦ ପ୍ରତିଶତ ବିଧାୟକଙ୍କୁ ନେଇ ବୈଠକରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ବସିଥିବା ବୈଠକରେ ବିଧାୟକ ମାନେ ସାମାଜିକ ଦୂରତା ବାଜାଇ ରଖି ବୈଠକରେ ବସିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଏହା ସହ ବିଧାୟକ ମାନେ ମାସ୍କା ପିନ୍ଧି ବୈଠକକୁ ଆସିବାର ଦେଖିବାକୁ ମିଳିଥିଲା ।