ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆସନ୍ତାକାଲି ଦିନ ୧୦.୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ ହେବ ବୋଲି ଘୋଷଣା କରିଛନ୍ତି ବାଚସ୍ତତି । ରାଜ୍ୟପାଳଙ୍କ ଧନ୍ୟବାଦ ଅଭିଭାଷଣ ଉପରେ ଆଲୋଚନା ଚାଲିଥିବା ସମୟରେ ବିଜେପି ସଦସ୍ୟମାନେ ଗୃହରେ ଆସି ପ୍ରତିବାଦ କରିଛନ୍ତି । ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରତିବାଦ କରିଥିଲେ ବିଜେପିର କିଛି ସଦସ୍ୟ ।
ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ହିଁ କଂଗ୍ରେସ ବିଧାନସଭା ବଜେଟ ଅଧିବେଶନରେ ବିରୋଧ କରିବା ଆରମ୍ଭ କରିଦେଇଥିଲା। କୋଟିଆ ପ୍ରସଙ୍ଗ ନେଇ କଂଗ୍ରେସର ସଦସ୍ୟବୃନ୍ଦ କକ୍ଷତ୍ୟାଗ କରିଥିଲେ।ଗୃହରେ ବାରମ୍ବାର ଏପରି ନାରାବାଜ ଜାରି ରହିଥିବା ବେଳେ ବାଚସ୍ପତି ଗୃହକୁ ମୁଲତବୀ କରିଛନ୍ତି ।