ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଭେଙ୍କେୟା ନାଇଡୁଙ୍କ ଅଧ୍ୟକ୍ଷତାରେ ଅସନ୍ତା କାଲିଠାରୁ ଆରମ୍ଭ ହେବ ବଜେଟ ଅଧିବେଶନ । ସରକାରୀ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହେବ । ସଂସଦରେ କାର୍ଯ୍ୟ କିପରି ସୁରୁଖୁରୁରେ ହେବ ଏନେଇ କମିଟିର ବୈଠକ ଆସନ୍ତାକାଲି ବଜେଟ ପ୍ରସ୍ତୁତ କରିବା ଲାଗି କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି ।
କରୋନା ମହାକାରୀ କୁ ଦୃଷ୍ଟରେ ରଖି ରାଜ୍ୟସଭା ସକାଳ ୯ ଟାରୁ ଆରମ୍ଭ କରି ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଅଧିବେଶନ କାର୍ଯ୍ୟକ୍ରମ ଚାଲିବ । ଜାନୁଆରୀ ୨୯ ତାରିଖରୁ ଆରମ୍ଭ ହୋଇ ଫେବ୍ରୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଚାଲୁରହିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୮ ରୁ ଆରମ୍ଭ ହୋଇ ଅପ୍ରେଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଫେବ୍ର୍ରୁାରୀ ୧ ତାରିଖରେ ବଜେଟ ଉପସ୍ଥାପନ ହେବ । ସେହିପରି ଲୋକସଭାରେ ଅପରାହ୍ନ ୪ ଟାରୁ ଆରମ୍ଭ ହୋଇ ରାତି ୯ ଟା ପର୍ଯ୍ୟନ୍ତ ଚାଲିବ ବୋଲି ସ୍ଥିର କରାଯାଇଛି । ପ୍ରତି ସାଂସଦଙ୍କ ଆରଟିପିସିଆର ଟେଷ୍ଟିଂ ଆଧ୍ୟତାମୂଳକ କରାଯାଇଛି ।