ଭୁବନେଶ୍ୱର(ଏଟିଆର ବ୍ୟୁରୋ); ଗତ କିଛି ଦିନ ଗଣମାଧ୍ୟମରେ ପ୍ରତ୍ୟକ ଦିନ ବସ ଦୁର୍ଘଟଣା ହେଉଥିବା ନଜରକୁ ଆସୁଛି । ଏହି ଦୁର୍ଘଟଣାରେ ବହୁ ଧନ ଜୀବନ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ନିକଟ ଅତୀତରେ ଜଗନ୍ନାଥ ବସ ମହାନଦୀ ତଳକୁ ଖସି ବହୁ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ପରେ ପରେ ଜଗଦମ୍ବା ବସ ଦୁର୍ଘଟଣା ହୋଇଥିବା ମଧ୍ୟ ନଜରକୁ ଆସିଥିଲା । ତେବେ ଆଜି ରାଜଧାନୀର ସିଆରପିଏଫ ଛକ ପାଖରେ ଏକ ବସ ଦୁର୍ଘଟଣା ଦେଖିବାକୁ ମିଳିଛି ।
ସ୍ଥାନୀୟ ସିଆରପିଏଫ ଛକ ପୂର୍ବରୁ ରାସ୍ତା କଡରେ ଠିଆ ହୋଇଥିବା od-14b 3617 ନମ୍ବର ଗାଡି ପଛପଟୁ ଏକ ନୂଆ ସିଏନଜି ଅଟୋ ଆଣି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଅଟୋ ଚାଳକ ଆହତ ହେବା ସହ ଅଟୋଟି ଭାଙ୍ଗି ଚୁରମାର ହୋଇଯାଇଥିଲା । ବସର ପଛପଟ ଭାଙ୍ଗି ଯାଇଥିବା ବେଳେ ଅଟୋର ସାମ୍ନା ଗ୍ଳାସ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ରାସ୍ତାରେ ଖସି ପଡିଛି । ଅଟୋ ଡ୍ରାଇଭରଙ୍କ ମୁହଁ ଗ୍ଳାସରେ ମାଡ ହେବା ଫଳରେ ମୁହଁରେ କାଚ ଗଳି ରକ୍ତାତ ହୋଇଯାଇଛନ୍ତି । ସ୍ଥାନୀୟ ଲୋକ ଡ୍ରାଇଭରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ।
ଦୁର୍ଘଟଣା ଘଟିବା ପାଇଁ ଅଟୋଚାଳକ ଦାୟୀ ବୋଲି ଘଟଣାସ୍ଥଳରେ ଉପସ୍ଥିତଥିବା ଲୋକ କହିଛନ୍ତି । ବରମୁଣ୍ଡା ପଟୁ ଜୋରରେ ଗାଡି ଚଲେଇ ଆସୁଥିବା ବେଳେ ନିଜର ଭାରସାମ୍ୟ ହରାଇ ରାସ୍ତା କଡରେ ଠିଆ ହୋଇଥିବା ଓଡିଶା ରାଜ୍ୟ ସଡକ ପରିବହନ ନିଗମର ବସ ପଛପଟେ ମାଡ କରିଥିଲା ।