ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ଆଉ ଏକ ବସ୍ ଧୂର୍ଘଟଣା ଗସ୍ତ ହୋଇଛି । ବସଟି ଗଞଜାମରୁ ସୁରତ ଆସୁଥିବା ସୂଚନା ରହିିଛି । ଆଜି ସକାଳେ ଏହି ବସ୍ଟି ନାଗପୁର ଅମରାବତି ରାଜପଥରେ ଦୂର୍ଘଟଣା ଗସ୍ତ ହୋଇଥିବା ସୂଚନା ରହିଛି । ବସରେ ୫୦ ଯାତ୍ରୀଥିଲେ ।
ଏହି ଦୂର୍ଘଟଣାରେ ୫ ଜଣ ଲୋକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସଟି ଆସୁଥିବା ବେଳେ ବନ୍ୟ ଜନ୍ତୁ ବସ ଆଗକୁ ଚାଲି ଆସିଥିଲା । ଯାହାଫଳରେ ବନ୍ୟଯନ୍ତୁଙ୍କୁ ବଞ୍ଚାିଇବା ପାଇଁ ଡ୍ରାଇଭର ଚେଷ୍ଟା କରୁଥିବା ବେଳେ ବସଟି ଭାରସ୍ୟାମ ହରାଇ ରାସ୍ତାକଡକୁ ଓଲଟି ପଡିଛି ।
ସୂଚନାଯୋଗ୍ୟ ଗତକାଲି କଳିଙ୍ଗା ଘାଟିରେ ଗୋଟିଏ ବସ ସୁରଟରୁ ପ୍ରବାସୀ ଓଡିଆଙ୍କୁ ନେଇ ଓଡିଶା ଆସୁଥିବା ବେଳେ ଦୁର୍ଘଟଣାଗସ୍ତ ହୋଇଥିଲା । ଏଥିରେ ୨ ଜଣ ପ୍ରବାସୀ ଓଡିଆଙ୍କର ମୃତ୍ୟୁ ହୋଇଥିଲା ।
ଅନ୍ୟପଟେ ଗତକାଲି ଯେଉଁ କଳିଙ୍ଗା ଘାଟିରେ ବସ ଦୁର୍ଘଟଣା ହୋଇଥିଲା । ଆଜି ମଧ୍ୟ ପୁଣି ସେଇ ଘାଟିରେ ଆଉ ଏକ ବସ ଦୁର୍ଘଟଣା ଗସ୍ତ ହୋଇଥିବା ସୂଚନା ଆସୁଛି । ମାତ୍ର ଏନେଇ କୌଣସି ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ । ବସରେ କେତେ ଯାତ୍ରୀ ଥିଲେ । ଦୁର୍ଘଟଣା କେମିତି ହେଲା ? କ୍ଷୟକ୍ଷତି ମଧ୍ୟ ଜଣା ପଡିନାହିଁ ।