ବଣାଇ (ଏଟିଆର ବ୍ୟୁରୋ); ପୁଣି ବସ୍ ଦୁର୍ଘଟଣାଗସ୍ତ ହୋଇଛି । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଏହି ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତ ମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଘନ କୁହୁଡି ପାଇଁ ବସଟି ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଛି ବୋଲି ଜଣା ପଡିଛି । ତେବେ ଏଭଳି ଏକ ସଡକ ଦୁର୍ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ଅନ୍ତର୍ଗତ ଲୁଥୁରବା ଗାଁ ନିକଟରେ ।
ମିଳିଥିବା ସୂଚନା ମୁତାବକ ଏ ୱାନ ନାମକ ବସଟି ଭୁବନେଶ୍ୱରରୁ ବଣାଇ ଆସୁଥିଲା । ବଣାଇ ଶେଷ ଷ୍ଟପେଜ ଥିବା ବେଳେ ବଣାଇରେ ଯାତ୍ରୀଙ୍କୁ ଛାଡି ୧୪୩ ନମ୍ବର ଜାତୀୟ ରାଜପଥରେ ଫେରୁଥିବା ବେଳେ ଗୋପନାଠାରେ ବସଟି ଦୁର୍ଘଟଣା ଗସ୍ତ ହୋଇଛି । ଡ୍ରାଇଭରଙ୍କ କହିବା ମୁତାବକ ଭୋର ସମୟରେ ଘନ କୁହୁଡି ହୋଇଥିବାରୁ ରାସ୍ତା ଠିକସେ ଦେଖା ଯାଇନଥିଲା । ଫଳରେ ବସଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡିଥିଲା ।