ଅନୁଗୁଳ (ଏଟିଆର ବ୍ୟୁରୋ): ବାରମ୍ବାର ବସ୍ ଦୁର୍ଘଟଣା ଖବର ଲୋକଙ୍କୁ ସ୍ତବ୍ଧ କରି ରଖିଥିବା ବେଳେ, ଅନଗୁଳ ଜିଲ୍ଲା ଗୋତମରା ନିକଟରେ ପୁଣି ଏକ ପିକନିକ୍ ବସ୍ ଦୁର୍ଘଟଣାଗସ୍ତ ଘଟିଛି । ଏଥିରେ ୩୩ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିଛି । ଆହତଙ୍କୁ ଚିକିତ୍ସା କରିବା ଲାଗି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଗତକାଲି ରାତି ୮ଟାରେ ଏକ ଘରୋଇ ବସ୍ ଟି ପ୍ରାୟତଃ ୬୦ ଜଣ ଯାତ୍ରୀଙ୍କୁ ନେଇ ପିକନିକ୍ ରେ ବାହାରିଥିଲା । ବସ୍ ଟି କେନ୍ଦ୍ରାପଡାରୁ ବାହାରି ରାଉରକେଲା ଅଭିମୁଖେ ଯାଉଥିବା ବେଳେ ବିଳମ୍ବିତ ରାତିରେ ଏକ ଟ୍ରକ୍ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଏଥିରେ ପ୍ରାୟତଃ ୩୩ ଯାତ୍ରୀ ଆହତ ହେବା ସହ ୨ ଜଣ ଗୁରୁତର ଥିବାର ଜଣା ପଡିଛି । ଘଟଣାରେ ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଛି ।