ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓମଫେଡ ଛକ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି । ଏକ ଧଳା ରଙ୍ଗର ବସ୍ ଟି ଧକ୍କା ଦେବା ଫଳରେ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାଁ ବସନ୍ତ କୁମାର ରାଉତ । ଏବଂ ସେ ଅନୁଗୁଳର ସରକାରୀ ଡାକ୍ତରଖାନାରେ ଜଣେ ମେଡିସିନ୍ ସ୍ପେଶାଲିଷ୍ଟ ଥିବାର ଜଣାପଡିଛି ।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଉତ୍ତେଜିତ ହୋଇ ବସ୍୍ କୁ ଅଟକାଇ ଭଙ୍ଗାରୁଜା କରିବା ସହିତ ରାସ୍ତାରୋକ କରିଥିଲେ । କିନ୍ତୁ ମୁଖ୍ୟ କଥା ହେଲା ଦୁର୍ଘଟଣା ଘଟାଇ ବସ୍ ର ଡ୍ରାଇଭର ଏବଂ ହେଲପର୍ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।