ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବସ୍ ଯାତ୍ରୀଙ୍କୁ ଝଟକା । ରାଜ୍ୟରେ ବସ୍ ଭଡା ବୃଦ୍ଧି ହୋଇଛି । ଅଡିନାରୀ ଭଡା କିଲୋମିଟର ପିଛା ୮୭ରୁ ୯୦ ପଇସା ବୃଦ୍ଧି କରାଯାଇଥିବା ବେଳେ କିଲୋମିଟର ପିଛା ଏକ୍ସପ୍ରେସ ଭଡା ୯୧ ରୁ ୯୪ ପଇସାକୁ ବୃଦ୍ଧି କରାଯାଇଛି ।
ସେହିପରି ଡିଲକ୍ସ ଭଡା ୧.୨୫ ରୁ ୧.୩୧ ପଇସା, ଏସି ଡିଲକ୍ସ ଭଡା ୧.୫୩ ରୁ ୧.୫୯ ପଇସା, ସୁପର ପ୍ରିମିୟମ ଭଡା ୨.୩୮ରୁ ୨.୪୭ ପଇସାକୁ ବୃଦ୍ଧି କରାଯାଇଛି । ଏ ନେଇ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।
ଏହା ପୂର୍ବରୁ ଜୁଲାଇ ୨୦୨୧ ରେ ବସ୍ ଭଡା ବୃଦ୍ଧି ପାଇଥିଲା । କିଲୋମିଟର ପିଛା ୪ ପଇସାରୁ ୧୨ ପଇସା ପର୍ଯ୍ୟନ୍ତ ବୃଦ୍ଧି କରିଥିଲା ସଂଘ ।