ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ତେଲ ଦର ବଢିବା ଯୋଗୁ ଆଜି ରାଜ୍ୟରେ ବସ ଭଡା ବଢିଛି । କେନ୍ଦ୍ର ବଜେଟରେ ତେଲ ଦର ବଢିବା ଯୋଗୁ ଆଜି ବସର ନୂଆ ଭଡା ଲାଗୁ ହୋଇଛି । ସୂଚନା ଅନୁସାରେ ତେଲ ଦର ବୃଦ୍ଧିକୁ ନଜରରେ ରଖି ଆଜି ପରିବହନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା ।
ଏହି ବୈଠକରେ ବସ ଭଡା ବୃଦ୍ଧି କରାଯାଇଛି । ଅର୍ଡିନାରି ଓ ଏକ୍ସପ୍ରେସ ବସ୍ର ଭଡା ୧ ପଇସା ବଢିଥିବା ବେଳେ, ଡିଲକ୍ସ ଓ ଏସି ଡିଲକ୍ସ ବସ୍ର ଭଡା କିଲୋମିଟର ପିଛା ୨ ପଇସା ଲେଖାଏଁ ବୃଦ୍ଧି କରାଯାଇଛି ।
ପୂର୍ବରୁ ଅର୍ଡିନାରି ବସ୍ ଭଡା କିଲୋମିଟର ପିଛା ୬୮ ପଇସା ଥିଲା ଯାହା ଏଣିକି ୬୯ ପଇସା ହେବ । ପୂର୍ବରୁ ଅର୍ଡିନାରି କିମି ପିଛା ୬୮ ପଇସା ଥିଲା ବେଳେ ଏବେ ୬୯ ପଇସାକୁ ବୃଦ୍ଧି ପାଇଛି। ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ୭୧ ପଇସା ଥିଲା ବେଳେ ୭୨ ପଇସାକୁ ବୃଦ୍ଧି ପାଇଛି ।ଅନ୍ୟପଟେ ଏସି ଡିଲକ୍ସ ବସ୍ ଦରରେ ମଧ୍ୟ କିଲୋମିଟର ପିଛା ଦୁଇ ପଇସା ବୃଦ୍ଧି ପାଇଛି।