ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଦିନ କୁ ଦିନ ସବୁ ଜିନିଷରେ ଦର ବୃଦ୍ଧି ପାଇବାରେ ଲାଗିଛି । ଲୁଣ ଠାରୁ ଆରମ୍ଭ କରି ତେଲ ପର୍ଯ୍ୟନ୍ତ ସବୁର ଦର ବୃଦ୍ଧି ପାଇବାରେ ଲାଗିଛି । ତେଲ ଦର ବୃଦ୍ଧି ପାଇବା କାରଣରୁ ଆଜି ରାଜ୍ୟ ସରକାର ବସ ଭଡ଼ା ମଧ୍ୟ ବୃଦ୍ଧି କରିଛନ୍ତି । ସାଧାରଣ ଓ ଏକ୍ସପ୍ରେସ ବସଭଡ଼ା କିଲୋମିଟର ପିଛା ୧ ପଇସା ଓ ଡିଲକ୍ସ ଏବଂ ଏସି ଡ଼ିଲକ୍ସ ବସଭଡ଼ା କିଲୋମିଟର ପିଛା ୨ ପଇସା ବଢିଥିବାର ସୂଚନା ମିଳିଛି ।
ସାଧାରଣ ବସ ଭଡ଼ା କିଲୋମିଟର ପିଛା ୭୨ ପଇସାରୁ ୭୩ ପଇସା କୁ ବୃଦ୍ଧି କରାଯାଇଛି । ସେହିପରି ଏକ୍ସପ୍ରେସ ବସ ଭଡ଼ା କିଲୋମିଟର ପିଛା ୭୫ ରୁ ୭୬ ପଇସାକୁ ବୃଦ୍ଧି କରାଯାଇଛି , ସେହିପରି ଡ଼ିଲକ୍ସ ବସ ଭଡ଼ା ୧ ଟଙ୍କା ୦୫ ପଇସାରୁ ୧ ଟଙ୍କା ୦୭ ପଇସା ଏବଂ ଏସି ଡ଼ିଲକ୍ସ ବସ ଭଡ଼ା ୧ଟଙ୍କା ୨୭ ପଇସାରୁ ୨୭ ପଇସାରୁ ୧ ଟଙ୍କା ୨୯ ପଇସାକୁ ବୃଦ୍ଧି କରାଯାଇଛି ।
କିଛି ଦିନ ହେବ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢିବାରେ ଲାଗିଛି । ୨୦୧୮ ସେପ୍ଟେମ୍ବର ଠାରୁୂ ଗତ ପ୍ରାୟ ୨ ବର୍ଷ ମଧ୍ୟ ରେ ପେଟ୍ରୋଲ ଓ ଡିଜେଲ ଦର ଦେଶରେ ସର୍ବୋଚ୍ଚ ସ୍ତର ଛୁଇଁଛି ।