ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ସଂକ୍ରମଣ ହ୍ରାସ ହେଉଥିବା ଦେଖି ରାଜ୍ୟରେ ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ ଘୋଷଣା କରାଯିବ ସହ ବସ ଚଳାଚଳ ପାଇଁ ଅନୁମତି ଦେଇଥିଲେ ରାଜ୍ୟ ସରକାର । କିନ୍ତୁ ବସ ଚଳାଚଳ ଆରମ୍ଭ ହୋଇନଥିଲା କିନ୍ତୁ ଆଜିଠୁ ସାରା ରାଜ୍ୟକୁ ବସ ଚଳାଚଳ ଆରମ୍ଭ କରିଛି । ସ୍ୱଭାବିକ ହୋଇଛି ବସ ଚଳାଚଳ । ବସ ଷ୍ଟାଣ୍ଡରେ ଆରମ୍ଭ ହୋଇଛି ଟିକେଟ ବିକ୍ରି । ପ୍ରଥମ ଦିନରେ କମ ମାତ୍ରାରେ ବସ ଗଡିବା ଆରମ୍ଭ କରିଛି ।
କରୋନା ପାଇଁ ଦୀର୍ଘ ଦୁଇ ମାସ ହେବ ବନ୍ଦ ରହିଥିଲା ବସ ଚଳାଚଳ । ଆଜିଠୁ ସାରା ରାଜ୍ୟରେ ବସ ଚଳାଚଳ ଆରମ୍ଭ ହୋଇଛି ପୂର୍ବରୁ ରାଜ୍ୟରେ ୧୬ ହଜାର ବସ ଚଳାଚଳ ହେଉଥିବା ବେଳେ ଆଜିଠୁ ପ୍ରଥମ ପର୍ଯ୍ୟାୟରେ ୨ ହଜାର ବସ ଗଡିବା ପାଇଁ ଲକ୍ଷ୍ୟ ରଖାଯଇଛି । ବସରେ ଯେତିକି ସିଟ୍ ସେତିକି ଯାତ୍ରୀ ଯାତ୍ରା କରିପାରିବେ । ଏହାସହିତ ବସ କର୍ମୀଙ୍କଠୁ ନେଇ ଯାତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।