ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତାକାଲିଠୁ ଅଗଷ୍ଟ ୧ ତାରିଖ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ ବଳବତ୍ତର ରହିବ । ଏହାସହିତ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ବସ୍ ଚଳାଚଳ କରିବା ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।
ଆସନ୍ତାକାଲିଠୁ ସାରା ରାଜ୍ୟରେ ଗଡିବ ବସ୍ । କିନ୍ତୁ ଏବେ ପୁରୀକୁ ବସ ଚଳାଚଳ କରିବ ନାହିଁ । ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ଚାଲୁଥିବା ହେତୁ ପୁରୀରେ ଜୁଲାଇ ୨୫ ଯାଏଁ ବସ ଚଳାଚଳ ଉପରେ କଟକଣା ଜାରି ରହିବ ।