ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନା ମହାମାରୀ ପାଇଁ ରାଜ୍ୟର ସମସ୍ତ ଜନ ଗହଳି ପୂର୍ଣ୍ଣ ଜାଗାକୁ ବନ୍ଦ କରି ରଖାଯାଇଛି । ତେବେ ଏହାରି ଭିତରେ ଯାନ ବାହାନ ଚଳାଚଳ ଉପରେ ମଧ୍ୟ କଟକଣା ଜାରି କରାଯାଇଥିଲା । ତେବେ ଆସନ୍ତା କିଛି ଦିନ ଭିତରେ ରାଜ୍ୟରେ ବସ ଚଳାଚଳ ଆରମ୍ଭ କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ରାଜ୍ୟରେ ବସ ଚଳାଚଳ ସ୍ୱଭାବିକ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ଗତକାଲି ୪ର୍ଥ ପର୍ଯ୍ୟାୟରେ ଲକ୍ ଡାଉନ୍ ଘେଷଣା କରାଯାଇଛି । ଏହି ପର୍ଯ୍ୟାୟରେ ପରିବହ ନୀତି ଉପରେ କଟକଣା କହୋଲ କରାଯାଇଛି । ବର୍ତ୍ତମାନ ରେଡ ଓ ଅରେଞ୍ଜ ଜୋନ୍ ରେ ଗାଡି ଗଡି ପାରିବ ବୋଲି କୁହାଯାଇଛି । ପୂର୍ବରୁ ଏହା ଉପରେ କଟକଣା ଜାରି କରାଯାଇଥିଲା । କେବଳ ଗ୍ରୀନ ଜୋନ୍ ରେ ଗାଡି ଚଳାଚଳ ପାଇଁ ଅନୁମତି ଦିଆଯାଇଥିଲା ।
ତେବେ ବର୍ତ୍ତମାନ କେବଳ କଣ୍ଟେମେଣ୍ଟ ଜୋନକୁ ଛାଡି ଅନ୍ୟ ଜୋନ ମାନଙ୍କରେ ଗାଡି ଗଡି ପାରିବ ବୋଲି ସୂଚନା ରହିଛି । ଏହାକୁ ନେଇ ରାଜ୍ୟରେ ଖୁବ ଶୀଘ୍ର ବସ ଚଳାଚଳ ଆରମ୍ଭ କରାଯିବ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ତେବେ ବସରେ କେବଳ ୫୦ ପ୍ରତିଶତ ଯାତ୍ରୀ ଯାଇ ପାରିବେ ବୋଲି କୁହାଯାଇଛି । କୋଭିଡ-୧୯ ଗାଇଡ ଲାଇନକୁ ଦେଖି ଏଭଳି ନଷ୍ପତି ନିଆଯାଇଛି । ସେହିପରି କିଛି ଦିନ ତଳେ କଟକ-ଭୁବନେଶ୍ୱର ମଧ୍ୟରେ ସରକାରୀ ବସ ଚଳାଚଳ ଆରମ୍ଭ କରାଯାଇଛି । ଅନ୍ୟପଟେ ବାହାର ରାଜ୍ୟକୁ କିପରି ବସ ଚଳାଚଳ ଆରମ୍ଭ କରାଯିବ ସେନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ରାଜ୍ୟ ଓ ରାଜ୍ୟ ମଧ୍ୟରେ ବସ ଚଳାଚଳ ଆରମ୍ଭ କରାଯିବ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।