ଭୁବନେଶ୍ୱର (ଏଟିଆର ବ୍ୟୁରୋ) : ଏଣିକି ଗ୍ରୀନ୍ ଜୋନ୍ ରେ ଚାଲିବ ସରକାରୀ ବସ୍ । ଏନେଇ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । କେବଳ ୫୦ ପ୍ରତିଶତ ଯାତ୍ରୀକୁ ନେଇ ଗଡିବ ଏହି ବସ୍ । କିନ୍ତୁ ଭଡା ଦୁଇ ଗୁଣା ଦେବାକୁ ପଡିବ । ପୂର୍ବରୁ ଗ୍ରୀନ୍ ଜୋନ୍ ରେ ଘରୋଇ ବସ୍ ଚଲାଇବାକୁ କୁହାଯାଇଥିଲା । ମାତ୍ର ଘରୋଇ ବସ୍ ମାଲିକ ମାନେ ସେମାନଙ୍କ ବିଭିନ୍ନ ଦାବି ରଖିଥିଲେ । ସେମାନଙ୍କ ଦାବି ପୁରଣ ନହେବାରୁ ସେମାନେ ଗାଡି ଚଲାଇବାକୁ ମନା କରିଦେବାରୁ ଏବେ ସରକାରୀ ବସ୍ ଚଲାଇବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।
ଅନ୍ୟପଟେ ଆଜିଠାରୁ ସରକାରୀ କର୍ମଚାରୀଙ୍କ ପାଇଁ କଟକରୁ ଭୁବନେଶ୍ୱରକୁ ଏକ ସରକାରୀ ବସ୍ ଆରମ୍ଭ ହୋଇଛି । ଏହି ବସ୍ ଅଫିସ୍ ଟାଇମରେ ହିଁ ଯାତାୟତ କରିବ । ଏଥିପାଇଁ ବସ୍ ଭଡା ୩୦ ଟଙ୍କା ରଖାଯାଇଛି ।