ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚାଲିଛି କାର୍ତ୍ତିକ ମାସ । ଏହି ଧାର୍ମିକ ମାସରେ ପ୍ରତ୍ୟେକ ଲୋକଙ୍କ ଘରେ ଆମିଷ ନିଷେଧ ରହିଛି । ଖାସ୍ କରିକି ନିରାମିଶ ଭୋଜନ ଉପରେ ପାହାର ପଡିଛି । ଏହାକୁ ଦୃଷ୍ଟିରେ ରଖି ବଜାରରେ ପନିପରିବା ଦର ଆକାଶ ଛୁଆଁ ହେଉଥିବା ବେଳେ ତେଜରାତି ଦୋକାନରେ ଡାଲି ଦର ବଢିଯାଇଛି । ପ୍ରତ୍ୟେକ ଡାଲି ଜାତୀୟ ଦ୍ରବ୍ୟର ଦର ପ୍ରାୟତଃ ୫ ରୁ ୧୦ ଟଙ୍କା ବଡିଥିବାବେଳେ ଖୁଚୁରା ବଜାରରେ ତ।।ହା ୭ ରୁ ୧୨ଟଙ୍କା ହୋଇଥିବାର ଜଣା ପଡିଛି । ଯାହା ଖାଉଟିଙ୍କ ପାଇଁ ମହଙ୍ଗା ପଡିଛି ।
ଖାଦ୍ୟ ଯୋଗାଣ ରିପୋର୍ଟ ମୁତାବକ,ଆଗରୁ ହରଡ ଡାଲିର ଦର ୬୦ ଟଙ୍କା ଥିବା ବେଳେ ପାଇକାରୀ ଦରରେ ଆଜି ଏହା ୭୦ ଟଙ୍କାରେ ପହଞ୍ଚିଛି । ସିଧା ଡାଲି ଦର ୧୦ ଟଙ୍କା ବଢିଛି । ଖୁଚୁରା ବଜାରରେ ଏହା ୭୫ରୁ ୭୭ଟଙ୍କାରେ ବିକ୍ରି ହେଉଛି । ସେହିପରି ମୁଗ ଡାଲି ଦର ମଧ୍ୟ ୫ଟଙ୍କା ବଢିଛି । ବର୍ତ୍ତମାନ ମୁଗ ଡାଲି ଏକ କିଲୋଗ୍ରାମକୁ ୭୫ଟଙ୍କା ରହିଛି । ଖୁଚୁରା ବଜାରରେ ଏହାର ଦର ୮୦ଟଙ୍କାକୁ ଛୁଇଁଲାଣି । ଏହାସହିତ ବୁଟ ଡାଲିର ଦର ମଧ୍ୟ ୬ଟଙ୍କା ବୃଦ୍ଧି ହୋଇଛି ।