ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୨୨ଟି ପ୍ରସ୍ତାବକୁ ମୋହର ମାରିଛି କ୍ୟାବିନେଟ । ତେବେ ଆସନ୍ତୁ ଜାଣିବା କେଉଁ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ମାରିଛି ।
ଅଣ୍ଡର ଗ୍ରାଜୁଏଟ କୋର୍ସକୁ ମିଳିବ ପ୍ରଫେସନାଲ କୋର୍ସର ମାନ୍ୟତା।
ଆସ୍କା ସୁଗାର ସୋସାଇଟି କୋପୋରେଟିକୁ ୧୫ କୋଟି ଟଙ୍କାର ସହାୟତା।
ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ ମିଳିଛି।
ଶକ୍ତି ବିଭାଗ ଅଧିନରେ ଆସିବ ଓରେଡା।
ପର୍ୟ୍ୟଟନ ପ୍ରକଳ୍ପ ଲାଗି ଇଡ଼କୋ ଜମି ଯୋଗାଇବ। ହୋଟେଲ ଏବଂ ରେଷ୍ଟୁରାଣ୍ଟ ଲାଗି ଇଡ଼କୋ ଜମି ଯୋଗାଇ ଦିଆଯିବ।
ସୋସାଇଟି ଆକ୍ଟରେ ହେବ ପରିବର୍ତ୍ତନ। । ପ୍ରତି ୫ ବର୍ଷରେ ନବୀକରଣ କରିବାକୁ ପଡ଼ିବ । ଅଡିଟ କରାଗଲା ବେଳେ ଯଦି କୌଣସି ବିବାଦ ହୁଏ ତେବେ ଏନେଇ ଏକ ସ୍ୱତନ୍ତ୍ର ଫୋରମରେ ଅଭିଯୋଗ କରିପାରିବେ ଅଭିଯୋଗକାରୀ ।
ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ କାର୍ୟ୍ୟକ୍ରମରେ ପିଲାଙ୍କୁ ମିଳିବ ସହାୟତା । ୩ରୁ ୬ ବର୍ଷ ପିଲାଙ୍କୁ ମାଗଣାରେ ଯୋଗାଇ ଦିଆଯିବ ଜୋତା ଏବଂ ସ୍ୱେଟର ।
ଏଗ୍ରିକଲଚର ଆକ୍ଟ ୧୯୫୬ରେ ସଂଶୋଧନକୁ ଅନୁମୋଦନ । ଇ- ମାର୍କେଟ ଜରିଆରେ ନିଜ ଉତ୍ପାଦକୁ ବିକି ପାରିବେ ଚାଷୀ।
କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟକୁ ୧ ଟଙ୍କା ଭଡାରେ ଦିଆଯିବ ଜମି । ଗ୍ରାମାଞ୍ଚଳ ଲୋକଙ୍କ ଆର୍ଥିକ ବ୍ୟବସ୍ଥାର ଉନ୍ନତି ଲାଗି ପ୍ରସ୍ତାବ ଗୃହୀତ ।
ବାଲେଶ୍ୱର ଜିଲ୍ଲା ସଦର ତହସିଲରେ ହିଡିଗାଁରେ ୩ ଏକର ୫୦ ଡେସିମିଲ ଜାଗାରେ ଏନଡିଆରଏଫର ଗୋଟିଏ କଂପାନୀର ଏକ ହେଡକ୍ୱାଟର କରାଯିବା ନେଇ ଅନୁମତି ।