ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଦେଶର କୋଣ ଅନୁକୋଣରେ ସର୍ବସାଧାରଣ ସ୍ତାନରେ ୱାଇଫାଇ ନେଟୱର୍କ ସ୍ଥାପନ କରିବା ପ୍ରସ୍ତାବକୁ ଅନୁମତି ପ୍ରଦାନ କରିଛି କେନ୍ଦ୍ର କ୍ୟାବିନେଟ ।ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।
ଏହି ବ୍ୟବସ୍ଥାର ନାମ ପିଏମ୍ ବାଣୀ ରଖାଯାଇଛି । ଏହି ବ୍ୟବସ୍ଥା ପବ୍ଳିକ୍ ଡାଟା ଅଫିସ, ପବ୍ଲିକ ଡାଟା ଅଫିସ ଏଗ୍ରିଗେଟର , ଆପ୍ ପ୍ରଦାନକାରୀ ଏବଂ ସେଣ୍ଟ୍ରାଲ୍ ରେଜିଷ୍ଟ୍ରି ଦ୍ବାରା ପରିଚାଳିତ ହେବ।ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି ଯେ, ଦେକାନିମାନେ ୱାଇ ଫାଇ ସେବା ଲୋକମାନଙ୍କୁ ଯୋଗାଇ ପାରିବେ ।
ଏହା ଦ୍ୱାରା ଲୋକମାନେ ବିନା କୋ÷ଣସି ଶୁଳ୍ପରେ ହାଇ-ସ୍ପିଡ ଇଣ୍ଟରନେଟ ପାଇପାରିବେ । ଏହା ଡିଜିଟାଲ ସାକ୍ଷାରତ ବଢାଇବ ଓ ଟେଲିକମ ସେବାରେ ଉନ୍ନତି ଆଣିବ ।ଟେଲିକମ ବିଭାଗ ସହିତ ପଞ୍ଜୀକୃତ ହେବା ଲାଗି ଏହି ସଂସ୍ଥାଗୁଡ଼ିକୁ କୈାଣସି ପ୍ରକାର ପଞ୍ଜୀକୃତ ଦେବାକୁ ପଡିବ ନାହିଁ । ଆବେଦନ କରିବାର ୭ ଦିନ ମଧ୍ୟରେ ପଞ୍ଜୀକରଣ ପ୍ରଦାନ କରାଯିବ ।
ଫଳରେ ଇଣ୍ଟରନେଟ ସେବା ପ୍ରଦାନକାରୀମାନେ ଏହା ଜରିଆରେ ଦେଶର କୋଣ ଅନୁକୋଣରେ ପହଞ୍ଚିପାରିବେ ।