ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ୟ କ୍ୟାବିନେଟ ତିନୋଟି ପ୍ରସ୍ତାବ ଉପରେ ମୋହର ମାରିଛି । ଜିଏସଟି ଆଇନ ସଂଶୋଧନ ପାଇଁ ୨ଟି ଅଧ୍ୟାଦେଶ ସମେତ ପଶ୍ଚିମବଙ୍ଗ ସୀମାରେ ଏକ ସେତୁ ନିର୍ମାଣ କରିବା ଲାଗି ପ୍ରସ୍ତାବ ଥିବା ବେଳେ କ୍ୟାବିନେଟ ଏହା ଉପରେ ନିଜର ମୋହର ମାରିଛି ।
ଏନେଇ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ସୂଚନା ଦେଇ କହିଛନ୍ତି, ଜିଏସଟି କାଉନସିଲର ସୁପାରିସ ଆଧାରରେ ରାଜ୍ୟ ସରକାର ଓଡିଶା ଜିଏସଟି ଅଧିନିୟମ ୨୦୧୭ର କେତେକ ଧାରାରେ ସଂଶୋଧନ କରିଛନ୍ତି । ଓଡିଶା ଜିଏସଟି ଅଧିନିୟମ ୨୦୧୭ର ଧାରା ୧୭୨, ୧୬୮ ଓ ୧୪୦କୁ ସଂଶେଦନ କରାଯାଇଛି । ଏହି ଅଧ୍ୟାଦେଶ ଲାଗୁ ହେବାପରେ ପଞ୍ଜିକୃତ ଟିକସ ଦାତାମାନେ ଉପକୃତ ହେବେ ଓ ଟ୍ୟାକ୍ସ ପ୍ରଶାସକମାନେ ଜିଏସଟି କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇପାରିବେ ।
ଅନ୍ୟପଟେ ବାଲେଶ୍ୱର ସୁବର୍ଣ୍ଣରେଖା ନଦୀରେ ଏକ ଉଚ୍ଚସ୍ତରୀୟ ସେତୁ ନିର୍ମାଣ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏଥିପାଇଁ ୧୩୮ କୋଟି ୭୪ ଲକ୍ଷ ୪୮ ହଜାର ଟଙ୍କା ବ୍ୟୟବରାଦ ହୋଇଛି। ଏହି ସେତୁ ବାଲିଆପାଳ ଜାମକୁଣ୍ଡରୁ ଓ ଭୋଗରାଇ ବ୍ଲକକୁ ସଂଯୋଗ କରିବ। ସେତୁକୁ ୩୦ ମାସ ମଧ୍ୟରେ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।
ସେହିପରି ଓଡ଼ିଶା ଲୋକାଲ ଫଣ୍ଡ ଅଡିଟ ସଂଶୋଧନକୁ ମଧ୍ୟ ମଞ୍ଜୁରୀ ମିଳିଛି ।
ସରିଲା କ୍ୟାବିନେଟ ବୈଠକ ମିଳିଲା ୩ଟି ପ୍ରସ୍ତାବକୁ ମଞ୍ଜୁରୀ
Tags #AtrNews #Odisha