ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆଜି ରାଜ୍ୟ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୁର୍ଣ୍ଣ ବୈଠକ ହେବ । ଅପରାହ୍ନ ସାଢେ ୫ ଟାରେ ଲୋକସଭା ଭବନରେ ମନ୍ତ୍ରୀ ପରିଷଦ ବୈଠକ ବସିବ । ବୈଠକରେ ୨୦୨୧-୨୨ ର ଆର୍ଥିକ ବର୍ଷ ରାଜ୍ୟ ବଜେଟକୁ ଅନୁମୋଦନ ମିଳିବ ବୋଲି ସୂଚନା ମିଳିଛି ।
ଏହି ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ଲାଗିବ । ଆସନ୍ତା ୧୮ ରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୨ ରେ ବଜେଟ ଆଗତ କରିବେ । ଏହା ପରେ ସନ୍ଧ୍ୟା ୬ ଟାରେ ବସିବ କ୍ୟାବିନେଟ ବୈଠକ ।