କେନ୍ଦୁଝର (ଏଟିଆର ବ୍ୟୁରୋ):ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ମୃତ୍ୟୁ । କେନ୍ଦୁଝର ସଦର ଥାନା ୨୦ ନମ୍ବର ଜାତୀୟ ରାଜପଥ ଏଏସପି ପ୍ଲାଂଟ ନିକଟରେ ଟ୍ରକକୁ ଧକା ଦେଲା କାର । ଘଟଣା ସ୍ଥଳରେ ଦୁଇ କାର ଅରୋହୀଙ୍କ ମୃତ୍ୟୁ ।
ସୂଚନା ଅନୁସାରେ, କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ ଠିଆ ହୋଇଥିଲା । ହଠାତ୍ ଏକ ହ୍ୟୁଣ୍ଡାଇ କାର ଦ୍ରୁତବେଗରେ ଆସୁଥିବା ବେଳେ ନିୟନ୍ତ୍ରଣ ହରାଇ ଟ୍ରକ ପଛ ପଟେ ଧକା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ପରେ ପୋଲିସ ଓ ଅଗଶ୍ରମ ବିଭାଗର କର୍ମଚାରୀ ଘଟାଣାସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରିଥିଲେ । ହେଲେ ପ୍ରାଥମିକ ତଦନ୍ତରୁ କାରର ମାଲିକ ଶ୍ରୀକାନ୍ତ ତ୍ରିପାଠୀଙ୍କର ବୋଲି ଜଣାପଡିଛି । ତେବେ ମୃତକଙ୍କ କିଛି ଖବର ମିଳିନାହିଁ ।