କଟକ (ଏଟିଆର ବ୍ୟୁରୋ): କଟକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣା ଘଟିଛି । ଦୃତ ଗତିରେ ଏକ କାର୍ ଟି ଆସି ଡିଭାଇଡରରେ ପିଟି ହୋଇଯାଇଛି । ଏହି ଦୁର୍ଘଟଣାରେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା କରିବା ଲାଗି କଟକ ଏସସିବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
କାର୍ ଟି ଯାତ୍ରୀଙ୍କୁ ନେଇ ପଶ୍ଚିମବଙ୍ଗରୁ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଆସୁଥିଲା । ମାତ୍ର ଘନ କୁହୁଡି ଯୋଗୁଁ ଠିକ୍ ଭାବରେ ରାସ୍ତା ଦେଖାନଯିବାରୁ କଟକ ଜିଲ୍ଲା ବାଇଁଚୁଆ ନିକଟରେ କାଟ୍ ଟି ଦୁର୍ଘଟଣା ଘଟିଛି । ଘଟଣାରେ ପୋଲିସ ପହଁଚି ଯାତ୍ରୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।