ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଆଜି ହେଉଛି ମାହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରଥ ଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇଛି ସମଗ୍ର ଏକାମ୍ର କ୍ଷେତ୍ର । ପ୍ରତିବର୍ଷ ଅଶୋକାଷ୍ଟମୀ ଦିନ ରଥ ଚଢ଼ି ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ମହାପ୍ରଭୁ ଶ୍ରୀଲିଙ୍ଗରାଜ । ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
ମଧ୍ୟାହ୍ନ ୧୨.୩୦ରୁ ଆରମ୍ଭ ହେବ ପହଣ୍ଡି ଯାତ୍ରା, ଅପରାହ୍ନ ୪ଟାରେ ହେବ ରଥ ଟଣା ବୋଲି ସୂଚନାମିଳିଛି । କୀର୍ତ୍ତନୀଆଙ୍କ ସଙ୍କୀର୍ତ୍ତନର ଆଧ୍ୟାତ୍ମିକ ଗୁଞ୍ଜରଣ ସାଙ୍ଗକୁ ସମବେତ ଭକ୍ତଙ୍କ ହରିବୋଲ ହୁଳହୁଳି ମଧ୍ୟରେ ପ୍ରଭୁ ଯିବେ ରାମେଶ୍ୱର । ପୌରାଣିକ ପ୍ରଥା ଅନୁସାରେ ରାମେଶ୍ୱର ମନ୍ଦିରକୁ ହିଁ ମାଉସୀମା ମନ୍ଦିର କୁହାଯାଇଥାଏ ।
ରଥଟଣାଠୁ ଧରି ମନ୍ଦିର ପରିସରରେ କମିଶନରେଟ ପୁଲିସ ପକ୍ଷରୁ କଡା ସରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ୨୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ବୋଲି ଜଣାପଡିଛି । ଖାଲି ଏତିକି ନୁହେଁ ବିଶୃଙ୍ଖଳାକାରୀଙ୍କ ଉପରେ ନଜର ରଖିବା ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରଠାରୁ ଆରମ୍ଭ କରି ମାଉସୀମା ମନ୍ଦିର ପର୍ଯ୍ୟନ୍ତ ସାଦାପୋଷାକଧାରୀ ପୁଲିସ ମୁତୟନ ସାଙ୍ଗକୁ ସିସିଟିଭି କ୍ୟାମେରା ମଧ୍ୟ ଖଞ୍ଜା ଯାଇଛି ।