ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ମାର୍ଚ୍ଚ ୧ ରୁ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ।ଏହି ଟିକାକରଣ ପାଇଁ ଭୁବନେଶ୍ୱରର ୨୨ ଟି ହସ୍ପିଟାଲକୁ ମନୋନିତ କରାଯାଇଛି । ୧୨ ଟି ସରକାରୀ ଓ ୧୦ ଟି ଘରୋଇ ହସ୍ପିଟାଲରେ ଟିକା ପ୍ରଦାନ କରାଯିବ । ଏନେଇ ବିଏମସି କମିସନର ସୂଚନା ପ୍ରଦାନ କରିଛନ୍ତି ।ସେହିପରି ୪୫ ବର୍ଷ ରୁ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଏହି ଟିକାକରଣ ବ୍ୟବସ୍ଥା କରାଯାଇଛି । ଘରୋଇ ହସ୍ପିଟାଲ ଗୁଡିକ ହେଲା ଅଶ୍ୱିନୀ , ସମ, କିମ୍ସ,କଳିଙ୍ଗ,ବ୍ଲୁ ହ୍ୱିଲ , ଆଦିତ୍ୟ ଅଶ୍ୱିନୀ , ଆମ୍ରି , ଉତ୍କଳ , ନୀଳାଚଳ କେୟାର , ଓ ହାଇଟେକ ହସ୍ପିଟାଲରେ ଟିକାକରଣ ହେବ ।
ସରକାରୀ ହସ୍ପିଟାଲରେ ସମ୍ପୂର୍ଣ୍ଣ ମାଗଣାରେ ମିଳିବ ଟିକା ।ଘରୋଇ ହସ୍ପିଟାଲରେ ଟିକା ପାଇଁ ସର୍ଭିସ ଚାର୍ଜ ୧୦୦ ଟଙ୍କା ପଡିବ । ସେହିପରି ଟିକାର ମୂଲ୍ୟ କେତେ ରହିବ ଏନେଇ କେନ୍ଦ୍ର ସରକାର ଖୁଚ ଶୀଘ୍ର ଜଣାଇବେ । ରବିବାରେ ସୁଦ୍ଧା ଟିକାର ମୂଲ୍ୟ କେତେ ରହିବ ସୂଚନା ଦେବେ କମିଶନର ।ଟିକାକରଣ ପାଇଁ ଆରୋଗ୍ୟ ସେତୁ ଆପ ଜରିଆରେ ପଞ୍ଜିକରଣ କରାଯାଇ ପାରିବେ । ଏବଂ ପଞ୍ଜିକରଣ କରିବା ପରେ ଲୋକମାନେ ନିଜ ଇଚ୍ଛା ଅନୁସାରେ ଟିକା କେନ୍ଦ୍ର ବାଛିପାରିବେ । ମଙ୍ଗଳବାର ଠାରୁ ଘରୋଇ ହସ୍ପିଟାଲରେ ଟିକା ଦିଆଯିବ ।