ଭୁୁବନେଶ୍ୱର(ଏଟିଆର ବ୍ୟୁରୋ):ନିୟମିତ ଗାଜର ଜୁସ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ହିତକାର ହୋଇଥାଏ । ଗାଜରରେ ବିଟା-କ୍ୟାରୋଟିନ ନାମକ ଔଷଧୀୟ ତତ୍ୱ ରହିଛି ଯାହା କ୍ୟାନସରକୁ ନିୟନ୍ତ୍ରଣ କରିଥାଏ ।ଗାଜର ଜୁସ ପିଇବା ଦ୍ୱାରା ପାଚନ ତନ୍ତ୍ର ମଜବୁତ ହୋଇଥାଏ।ଗର୍ଭବତୀ ମହିଳାଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ।
ଗାଜର ଶରୀରର ରକ୍ତ ମାତ୍ରା ବୃଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ । ଏବଂ ଦୃଷ୍ଟି ଶକ୍ତି ବଢାଇବା ପାଇଁ ଗାଜର ଲାଭଦାୟକ ହୋଇଥାଏ ।
ଗାଜର ଜୁସରେ ବିଟା-କ୍ୟାରୋଟିନ ଭରପୁର ମାତ୍ରାରେ ରହିଛି। ରିସର୍ଚ୍ଚରୁ ଜଣାପଡିଛି ବିଟା-କ୍ୟାରୋଟିନ ଆକ୍ସିଡେଟିଭ ଷ୍ଟ୍ରେସ କମ କରିବାରେ ସାହାଯ୍ୟ କରିଥାଏ। ଏହା ଗ୍ଲୁଟାଥିୟୋନ ମେଟାବୋଲିଜିମରେ ସୁଧାର ଆଣିଥାଏ।
ଗାଜରରେ ପ୍ରଚୂର ପରିମାଣରେ ଭିଟାମିନ ଏ ରହିଥାଏ । ନିୟମିତ ଗୋଟେ ଗ୍ଲାସ ଗାଜର ଜୁସ ସେବନ କଲେ ତ୍ୱଚା ଉଜ୍ୱଳ ଦେଖାଯିବା ସହ ଚିକ୍କଣ ହୋଇଥାଏ ।