ଝାରସୁଗୁଡା (ଏଟିଆର ବ୍ୟୁରୋ):କଳ୍ପନା ଓ ବବଲି ହତ୍ୟାକାଣ୍ଡ ଘଟଣାରେ ତିନି ଦିନ ରିମାଣ୍ଡରେ ନେଇଛି ପୋଲିସ । ଅଧିକ ପଚରା ଉଚରା କରୁଛି ପୋଲିସ । ଅନ୍ୟପଟେ ଏବେ ଅନୁପଙ୍କ ପରିବାର ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଥିଲେ । ଗତକାଲି ରାତି ତମାମ ଧାରଣାରେ ବସିଥିଲେ ଅନୁପଙ୍କ ପରିବାର ଲୋକ । ବଡ ଭାଇ, ପୁଅ, ସ୍ତ୍ରୀ, ପୁତୁରା ଓ ମା ଧାରଣାରେ ବସିଥିଲେ । ସେମାନେ ଅଭିଯୋଗ କରିଥିଲେ ଅନୁପଙ୍କ ସହିତ ସାକ୍ଷାତ କରିବା ପାଇଁ ସେମାନଙ୍କୁ ଅନୁମତି ଦିଆଯାଉ ନାହିଁ । ଜାଣିଶୁଣି ଅନୁପଙ୍କୁ ସବୁଦୋଷ ନିଜ ମୁଣ୍ଡ ଉପରକୁ ନେଇ ଯିବାକୁ ବାଧ୍ୟ କରାଯାଉଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ସେମାନେ ଏନେଇ ସିବିଆଇ ତଦନ୍ତ ଜାରି କରିଛନ୍ତି ।
ପୋଲିସ ସେମାନଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଗତକିଛି ଦିନ ତଳେ ରାୟଗଡା ପୋଲିସ ଅନୁପ ସାଏଙ୍କୁ ଗିରଫ କରିଥିଲା । ଛତିଶଗଡ ହମିର ପୁର ଜଙ୍ଗଲରେ ମିଳିଥିବା ୨ ଟି ମୃତ ଦେହ ମାମଲା ଉପରେ ରାୟଗଡା ପୋଲିସ ଅନୁପ ସାଏଙ୍କୁ ପଚରାଉଚରା କରିଥିଲା । ପଚରା ଉଚରା ସମୟରେ ଅନୁପ ମୃତ କଳ୍ପନା ଦାଶ ଓ ତାଙ୍କ ଝିଅଙ୍କୁ ମାରି ହମିରପୁର ଜଙ୍ଗଲରେ ଫୋପାଡି ଦେଇଥିବାର ସ୍ୱୀକାର କରିଥିଲେ । ଏହାପରେ ପୋଲିସ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ନୋଙ୍କୁ ଗିରଫ କରିଥିଲା । ଅଧିକ ପଚରା ଉଚରା କରିବା ପାଇଁ ଅନୁପଙ୍କୁ ୩ ଦିନ ରିମାଣ୍ଡରେ ପୋଲିସ ଆଣିଥିଲା ଏହା ସହିତ ରାୟଗଡା ପୋଲିସର ଏକ ଟିମ ଭୁବନେଶ୍ୱର ବିମାନ ବନ୍ଦରରେ ଆସି ଛାନଭିନ କରି ଯାଇଛନ୍ତି । ପୋଲିସ ଏବେ ଅଧିକ ତଥ୍ୟ ପାଇଁ ଅନୂୁପଙ୍କ ନାର୍କୋ ଟେଷ୍ଟ ପାଇଁ ରାୟଗଡା କୋର୍ଟରେ ଆବେଦନ କରିଛି ।